www.samajalive.in
Saturday, December 6, 2025
14.1 C
Bhubaneswar

ବାଂଲାଦେଶ ଛାତ୍ର ଆନ୍ଦୋଳନରେ ଲାଗିଛି ବିଦେଶୀ ପାଣ୍ଠି, କ୍ରିପ୍ଟୋରେ ଶତାଧିକ କୋଟିର ନିବେଶ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଘଟିଥିବା ଛାତ୍ର ଆନ୍ଦୋଳନ ଉଗ୍ର ରୂପ ନେବା ଫଳରେ ଶେଖ ହାସିନାଙ୍କ ସରକାର ଭାଙ୍ଗିଯାଇଥିଲା। ତେବେ ଏହି ଆନ୍ଦୋଳନ ପଛରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ସାମ୍ନାକୁ ଆସିଛି। ଛାତ୍ର ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ବହୁ ପରିମାଣର ବିଦେଶୀ ପାଣ୍ଠି ବିନିଯୋଗ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଏଥିପାଇଁ ବର୍ତ୍ତମାନର ଅନ୍ତରୀଣ ସରକାରରେ ଥିବା ଅନେକ ନେତାଙ୍କୁ କୋଟି କୋଟି ଟଙ୍କା ମିଳିଥିବା କୁହାଯାଉଛି। କାରଣ ଆନ୍ଦୋଳନ ପୂର୍ବରୁ ଯେଉଁ ନେତାମାନଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନ ଥିଲା, ବର୍ତ୍ତମାନ ସେମାନେ ବିଦେଶୀ ମୁଦ୍ରା ବା କ୍ରିପ୍ଟୋ କରେନ୍ସିରେ ଶହ ଶହ କୋଟି ଟଙ୍କା ନିବେଶ କରିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଏଡିଏସଏମ ନେତା ତଥା ଜାତୀୟ ନାଗରିକ କମିଟିର ସଂସ୍ଥାପକ ସରଜିସ ଆଲମ ଟିଥର ନାମକ କ୍ରିପ୍ଟୋ କରେନ୍ସିରେ ୬୫ କୋଟି ଟଙ୍କା ନିବେଶ କରିଛନ୍ତି। ଅତି ସାଧାରଣ ଗରିବ ପରିବାରରୁ ଆସିଥିବା ସରଜିସ ଏତେ କମ ସମୟ ମଧ୍ୟରେ ଏତେ ଟଙ୍କା କେଉଁଠୁ ଆଣିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

- Advertisement -

ସେହିପରି ଅନ୍ତରୀର ସରକାରରେ ଆଇଟି ପରାମର୍ଶଦାତା ତଥା ଏଡିଏସଏମ ସଂଯୋଜକ, ନାହିତ ଇସଲାମ ୨୦୪.୬୪ ବିଟକଏନ କିଣିଛନ୍ତି। ଅର୍ଥାତ ସେ ବିଟକଏନରେ ପ୍ରାୟ ୧୪୭ କୋଟି ଟଙ୍କା ନିବେଶ କରିଛନ୍ତି। ସେହିପରି ଏଡିଏସଏମ ନେତା ଖାନ ତଲତ ମହମ୍ମ ରଫି ମଧ୍ୟ ୮ କୋଟି ୬୦ ଲକ୍ଷ ଟଙ୍କାର ବିଟକଏନ ନିବେଶ କରିଛନ୍ତି। ପରିବାରର ଆର୍ଥିକ ଅବସ୍ଥା ସେତେଟା ଉନ୍ନତ ନ ଥିବା ସତ୍ବେ ସେ ଏତେ ସଂଖ୍ୟକ ଅର୍ଥ କେଉଁଠୁ ଆଣିଲେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ବାଂଲାଦେଶ ଗଣମାଧ୍ୟମର ଅନେକ ସାମ୍ବାଦିକ ମଧ୍ୟ ବିଦେଶୀ ପାଣ୍ଠି ହାତେଇଥିବା ଜଣାପଡ଼ିଛି। ଶଫିକୁଲ ଆଲମ ନାମକ ସାମ୍ବାଦିକ ୮୬ କୋଟି ଟଙ୍କା ବିଟକଏନରେ ନିବେଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories