www.samajalive.in
Friday, December 5, 2025
17.1 C
Bhubaneswar

ପ୍ରଖ୍ୟାତ ମୁଷ୍ଟିଯୋଦ୍ଧା ଜର୍ଜ ଫୋରମ୍ୟାନଙ୍କ ପରଲୋକ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ପ୍ରଖ୍ୟାତ ମୁଷ୍ଟିଯୋଦ୍ଧା ଜର୍ଜ ଫୋରମ୍ୟାନଙ୍କ ପରଲୋକ ଘଟିଛି। ଗତ ଶୁକ୍ରବାର ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ପରିବାର ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

୧୯୬୮ ଅଲିମ୍ପିକ୍ସରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ୟତମ ପ୍ରଖ୍ୟାତ ମୁଷ୍ଟିଯୋଦ୍ଧା ମହମ୍ମଦ ଅଲ୍ଲିଙ୍କ ସହିତ ମଧ୍ୟ ସେ ସାମ୍ନାସାମ୍ନି ହୋଇଛନ୍ତି। ମାତ୍ର ୧୯ ବର୍ଷ ବୟସରେ ହେଭିୱେଟ ବର୍ଗରେ ଫୋରମ୍ୟାନ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। କିଙ୍ଗଷ୍ଟନ ଏବଂ ଜମାଇକାରେ ଚମ୍ପିଆନ ଜୋ ଫ୍ରେଜିଅରଙ୍କୁ ସାମ୍ନା କରିବା ପୂର୍ବରୁ ଫୋରମ୍ୟାନ ଲାଗାତର ୩୭ ମ୍ୟାଚ ଜିତି ବିରଳ ରେକର୍ଡ ସ୍ଥାପନ କରିଥିଲେ। ବକ୍ସିଂ ଜୀବନକାଳରେ ସେ ମୋଟ ୭୬ ମ୍ୟାଚରେ ବିଜୟୀ ହୋଇଥିବାବେଳେ ମାତ୍ର ୫ଟି ମ୍ୟାଚରେ ପରାଜୟ ବରଣ କରିଥିଲେ। ସେ ତାଙ୍କ ଶେଷ ମ୍ୟାଚ ୧୯୯୭ରେ ଖେଳିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories