www.samajalive.in
Sunday, December 14, 2025
26.1 C
Bhubaneswar

ଯୌନ ଶୋଷଣର ଶିକାର ହୋଇଥିଲେ କିଟ୍‌ର ମୃତ ନେପାଳ ଛାତ୍ରୀ

ଭୁବନେଶ୍ବର : କିଟ୍ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରୀ ମୃତ୍ୟୁ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୃତ ଛାତ୍ରୀ ଯୌନ ଶୋଷଣର ଶିକାର ହୋଇଥିଲେ। ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ଅର୍ଥାତ ୨୦୨୪ ମାର୍ଚ୍ଚ ୧୨ ତାରିଖରେ ସମ୍ପୃକ୍ତ ଛାତ୍ରୀ କିଟ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ସରକାରଙ୍କ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛନ୍ତି। ବିଧାୟକ ଦାଶରଥି ଗମାଙ୍ଗଙ୍କ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୟୁଜିସି ନିୟମାବଳୀ ଅନୁସାରେ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଛି ବୋଲି କିଟ୍‌ ବିଶ୍ବବିଦ୍ୟାଳୟ ତଥ୍ୟ ପ୍ରଦାନ କରିଛି। ଗତ ଆର୍ଥିକ ବର୍ଷରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କିଟ୍‌ ବିଶ୍ବବିଦ୍ୟାଳୟକୁ କୌଣସି ଅନୁଦାନ ଦିଆଯାଇ ନାହିଁ। ନେପାଳ ଏନ୍‌ଏଚ୍‌ଆରସିଙ୍କଠାରୁ ଭାରତର ଜାତୀୟ ମାନବାଧିକାର ଆୟୋଗ ପତ୍ର ପାଇବା ସମ୍ପର୍କରେ କୌଣସି ବିବରଣୀ ଉଚ୍ଚଶିକ୍ଷା ବିଭାଗର ହସ୍ତଗତ ହୋଇନଥିବା ସେ କହିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories