www.samajalive.in
Saturday, December 13, 2025
18.1 C
Bhubaneswar

ବିଜେପି ବିଧାୟକଙ୍କୁ ଟେକି ଟେକି ଗୃହରୁ ବାହାର କଲେ ମାର୍ଶାଲ, ୬ ମାସ ପାଇଁ ୧୮ ସଦସ୍ୟ ନିଲମ୍ବିତ

ବେଙ୍ଗାଲୁରୁ: ବିଶୃଙ୍ଖଳିତ ଆଚରଣ ପାଇଁ କର୍ଣ୍ଣାଟକ ବିଧାନସଭାରୁ ବିଜେପିର ୧୮ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ବାଚସ୍ପତି ୟୁଟି ଖାଦେର ଫରିଦ୍‌ ବିଜେପି ବିଧାୟକଙ୍କୁ ଗୃହରୁ ୬ମାସ ପାଇଁ ନିଲମ୍ବନ କରିବା ସହିତ ମାର୍ଶାଲ ଲଗାଇ ସେମାନଙ୍କୁ ଗୃହରୁ ବାହାର କରିଦେଇଛନ୍ତି। ମାର୍ଶାଲମାନେ ବିଧାୟକମାନଙ୍କୁ ଟେକି ଟେକି ଗୃହ ବାହାରେ ଛାଡ଼ିଥିଲେ।

ଶୁକ୍ରବାର ବିଜେପି ବିଧାୟକମାନେ ଗୃହର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା ସହିତ ବାଚସ୍ପତିଙ୍କ ନିର୍ଦେଶକୁ ଅବମାନନା କରିଥିଲେ। ନିଲମ୍ବିତ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରୁଥିବା ଦେଖାଯାଇଥିଲା। ସେମାନେ ଗୃହର ମଧ୍ୟ ଭାଗରେ ହୋହଲ୍ଲା କରିବା ସହିତ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିଲେ। ନିଲମ୍ବିତ ହୋଇଥିବା ବିଜେପି ବିଧାୟକମାନେ ହେଲେ ବିରୋଧୀ ଦଳ ମୁଖ୍ୟ ଛାଟିଆ ଡିଏଚ୍ ପାଟିଲ୍‌, ଅଶ୍ବାଥ ନାରାୟଣ ସିଏନ୍‌, ଏସଆର ବିଶ୍ବନାଥ, ବିଏ ବସଭରାଜ, ଏମଆର ପାଟିଲ, ଚାନ୍ନବାସପ୍ପା, ବି ସୁରେଶ ଗୌଡା, ଉମାନାଥ ଏ କୋଟୟାନ, ସାରନୁ ସାଲଗାର, ଶୈଳେନ୍ଦ୍ର ବେଲଡାଲେ, ସିକେ ରାମମୂର୍ତ୍ତି, ୟଶପାଲ ଏ ସୁବର୍ଣ୍ଣା, ବିପି ହରିଶ, ଭରତ ସେଟ୍ଟି, ମୁନିରତ୍ନ, ବସଭରାଜ ମାଟ୍ଟିମୁଡ, ଧୀରଜ ମୁନିରାଜୁ ଓ ଚନ୍ଦ୍ରୁ ଲାମାନି।

- Advertisement -

ବାଚସ୍ପତିଙ୍କ ପକ୍ଷରୁ ଜାରି ନିଲମ୍ବନ ଆଦେଶ ଅନୁଯାୟୀ ଏହି ବିଧାୟକମାନେ ବିଧାନସଭା ଗୃହ, ଲବି ଓ ଗ୍ୟାଲେରୀକୁ ପ୍ରବେଶ କରିପାରିବେ ନାହିଁ। ସେମାନେ ଷ୍ଟାଣ୍ଡିଂ କମିଟିର କୌଣସି ବୈଠକରେ ଯୋଗ ଦେଇପାରିବେ ନାହିଁ। ବିଧାନସଭାର ଏଜେଣ୍ଡାରେ ସେମାନଙ୍କ ନାମ ରହିବ ନାହିଁ। ନିଲମ୍ବନ ସମୟରେ ବିଧାୟକମାନେ ଜାରି କରୁଥିବା କୌଣସି ନିର୍ଦେଶନାମା କାର୍ଯ୍ୟକାରୀ ହେବ ନାହିଁ। କୌଣସି କମିଟିର ନିର୍ବାଚନ ପ୍ରକ୍ରିୟାରେ ସେମାନେ ଭୋଟ ଦେଇପାରିବେ ନାହିଁ। ସେମାନେ ବିଧାନସଭା ଅଧିବେଶନ ଚାଲୁ ସମୟରେ ଧାର୍ଯ୍ୟ ଦୈନିକ ଭତ୍ତା ପାଇବେ ନାହିଁ। କର୍ଣ୍ଣାଟକ ବିଧାନସଭାର ଆଜିର ଦିନଟି ଦୁଇଟି ଘଟଣା ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରଥମ ଘଟଣା ହେଲା ହନି ଟ୍ରାପ୍ ଘଟଣାରେ ୪୮ ରାଜନେତାଙ୍କ ସମ୍ପୃକ୍ତି ନେଇ ମନ୍ତ୍ରୀ କେଏନ୍ ରାଜନ୍ନାଙ୍କ ଅଭିଯୋଗ। ଦ୍ବିତୀୟ ଘଟଣା ହେଲା ମୁସଲମାନ ସମ୍ପ୍ରଦାୟଙ୍କ ପାଇଁ ସରକାରୀ କାମ ଟେଣ୍ଡର ପ୍ରଦାନରେ ୪% ସଂରକ୍ଷଣ ସୁବିଧା। ଏହି ଦୁଇଟି ପ୍ରସଙ୍ଗକୁ ବିରୋଧ କରି ବିଜେପି ବିଧାୟକମାନେ ଗୃହରେ ହୋହଲ୍ଲା କରିଥିଲେ। ହନି ଟ୍ରାପ୍‌ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସବିଶେଷ ତଦନ୍ତ କରିବାକୁ ବିଜେପି ସଦସ୍ୟମାନେ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଥିଲେ ଯେ ହନିଟ୍ରାପ୍ ଘଟଣାରେ ଜଡିତ କୌଣସି ବ୍ୟକ୍ତିଙ୍କୁ କ୍ଷମା କରାଯିବ ନାହିଁ। ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ସରକାର ଅର୍ଥ ବିଧେୟକ ଗୃହୀତ କରାଇଥିଲେ। ତେବେ ବିଜେପି ବିଧାୟକମାନେ ଏହାକୁ ମୁସଲମାନ ସଂରକ୍ଷଣ ବିଧେୟକ ମନେ କରି ହୋହଲ୍ଲା କରିବା ସହ ଉକ୍ତ ବିଧେୟକ ସମ୍ପର୍କିତ କାଗଜକୁ ବାଚସ୍ପତିଙ୍କ ଉପରକୁ ଫୋପାଡି ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories