www.samajalive.in
Monday, December 15, 2025
27.1 C
Bhubaneswar

ସୁନା ପାଲଟିବ ସପନ, ଲକ୍ଷେ ଛୁଇଁବ ସୁନା ଦର – ବିଶେଷଜ୍ଞ

ଡେସ୍କ: ବଢୁଛି ସିନା, କମିବାର ନାଁ ନେଉନି ସୁନା ଦର। ଗତ କିଛି ଦିନ ମଧ୍ୟରେ ସୁନା ଦର ରେକର୍ଡ ଭାଙ୍ଗିଛି। ମାର୍ଚ୍ଚ ୧୫ରେ ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର ୩୦୦୦ ଡଲାର ପାର୍‌ କରିଛି। ମାର୍ଚ୍ଚ ୨୦ରେ ଭାରତରେ ଏହା ୩,୦୩୭ ଡଲାରରେ କାରବାର କରୁଛି।

ସମ୍ପ୍ରତି ଭାରତୀୟ ବଜାରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୯୦ ହଜାର ଟଙ୍କା ପାର୍‌ କରିଛି। ଏଭଳି ସ୍ଥିତିରେ ସୁନା ନିବେଶକଙ୍କ ପାଇଁ ଏବେ ସୁବର୍ଣ୍ଣ ବେଳା। ଚଳିତବର୍ଷ ଏହି ଧାତୁ ଲକ୍ଷେ ଛୁଇଁବା ନେଇ ଆକଳନ କରୁଛନ୍ତି ବଜାର ବିଶେଷଜ୍ଞ। ନିବେଶକଙ୍କ ପୋର୍ଟଫୋଲିଓରେ ସବୁଠାରୁ ଉତ୍ତମ ପ୍ରଦର୍ଶନକାରୀ ଆସେଟ୍‌ ପାଲଟିଛି ସୁନା। ଗତବର୍ଷ ସୁନା ଦେଇଥିଲା ୩୩%ରୁ ଅଧିକ ରିଟର୍ଣ୍ଣ।

- Advertisement -

ଇକ୍ୱିଟି ନିବେଶ ତୁଳନାରେ ସୁନାରେ ନିବେଶ ଭଲ ଲାଭ ଦେଇଛି। ଚଳିତ ବର୍ଷ ଏଯାବତ୍‌ ସୁନା ଦର ୧୪ ପ୍ରତିଶତ ବଢ଼ିଲାଣି। ଅନ୍ୟାନ୍ୟ ଉପକରଣ ଗୁଡ଼ିକ ତୁଳନାରେ ସୁନା ଦର ସବୁଠାରୁ ଦ୍ରୁତ ବେଗରେ ବୃଦ୍ଧି ପାଉଛି। ମାତ୍ର ୨୧୦ ଦିନରେ ଏହା ଆଉନ୍ସ ପିଛା ୨,୫୦୦ ଡଲାରରୁ ୩,୦୦୦ ଡଲାରରେ ପହଞ୍ଚିଲାଣି।

ଅନ୍ୟପଟେ ଗତକାଲି ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୯୦୬୨.୩ ଟଙ୍କା ଥିଲା, ଯାହା ୪୪୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ଭାରତରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୮୩୦୮.୩ ଟଙ୍କା ଥିଲା, ଯାହା ପୂର୍ବ ଅପେକ୍ଷା ୪୦୦ ଟଙ୍କାଙ୍କୁ ବୃଦ୍ଧି ପାଇଛି। ଗତ ସପ୍ତାହରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇ ୧.୦୭% ବୃଦ୍ଧି ରେକର୍ଡ କରାଯାଇଛି । ଆଉ ଗତ ମାସ ଭିତରେ ଏହା ୨.୮୯% ବୃଦ୍ଧି ଘଟିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories