www.samajalive.in
Monday, December 15, 2025
26.1 C
Bhubaneswar

ଯାତ୍ରା ପ୍ରସ୍ତୁତି ବୈଠକରେ ତୁମୁଳକାଣ୍ଡ, ୨୮ ଜଣଙ୍କ ନାଁରେ ମାମଲା

ଗୁରୁଡିଝାଟିଆ: ବ୍ରହ୍ମପୁର ଗାଁରେ ଯାତ୍ରା ପ୍ରସ୍ତୁତି ବୈଠକ ବେଳେ ଗଣ୍ଡଗୋଳ ଘଟଣାରେ ଖୁଣ୍ଟୁଣୀ ଥାନା ପୁଲିସ ୨୮ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଏହା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି। ବୈଠକ ଚାଲିଥିବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଜଣେ ଆହତ ହୋଇଥିଲେ। ମାରପିଟ ଏବଂ ଗାଳିଗୁଲଜ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ୨୮ ଜଣକ ନାଁରେ ଅଭିଯୋଗ ହୋଇଥିଲା।

ଅନ୍ୟପଟେ ଗାଁରେ ବାତାବରଣ ଅଶାନ୍ତ ରହିଥିବାରୁ ବାରୁଣୀ ସ୍ନାନ ଯାତ୍ରା କିଭଳି ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଗଣ୍ଡଗୋଳ ମାମଲାରେ ପ୍ରକାଶ ବିଶ୍ବାଳ ଓ ନରେନ୍ଦ୍ର ମଲ୍ଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉଭୟ ପକ୍ଷରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଉଲ୍ଲେଖଯୋଗ୍ୟ, ଗଡ଼ଜାତ ଓ ମୋଗଲବନ୍ଦୀ ଅଞ୍ଚଳର ସଂସ୍କୃତି, ଭାଇଚାରା ଓ ପରମ୍ପରାର ପ୍ରତୀକ ହେଉଛି ବାରୁଣୀ ଯାତ୍ରା। ପ୍ରଭୁ ଧବଳେଶ୍ଵର ଓ ସର୍ପେଶ୍ୱର ମହାଦେବଙ୍କ ମହାମିଳନ କଖଡିଠାରେ ଅନୁଷ୍ଠିତ ହେବା ପରେ ବିମାନରୁଢ ଠାକୁର ବ୍ରହ୍ମପୁର ଗାଁ ଦେଇ ଯାଇଥିବା ମହାନଦୀର ସିଦ୍ଧନାରାୟଣୀ ବାରୁଣୀ ଘାଟରେ ବାରୁଣୀ ସ୍ନାନ କରିଥାନ୍ତି। ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇବାକୁ ଆସିଥାନ୍ତି। ଏହି ଯାତ୍ରା ନଦୀକୁଳ ଅଞ୍ଚଳର ବାଲିଯାତ୍ରା ଭାବେ ପରିଚିତ । ୨୮ ଗାଁର ଜନସାଧାରଣ ଓ ବନ୍ଧୁ ବୁଡ ପକାଇବା ସହିତ ଯାତ୍ରା ଦେଖିବାକୁ ଆସିଥାନ୍ତି। ଗାଁ ଯାତ୍ରା ବୈଠକକୁ କେନ୍ଦ୍ରକରି ଦେଖା ଦେଇଥିବା ବିଶୃଙ୍ଖଳା ପରିସ୍ଥିତିକୁ ପ୍ରଶମିତ କରି ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନ ଉଦ୍ୟମ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories