www.samajalive.in
Sunday, December 14, 2025
26.1 C
Bhubaneswar

ଭୀମ-ୟୁପିଆଇ କାରବାରକୁ ପ୍ରୋତ୍ସାହନ ସହ ନାମରୂପ-୪ ସାର କାରଖାନା ସ୍ଥାପନକୁ କ୍ୟାବିନେଟ ମଞ୍ଜୁରୀ

ଡେସ୍କ: କମ୍ ମୂଲ୍ୟର ଭୀମ-ୟୁପିଆଇ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଆଜି ଏକ ପ୍ରୋତ୍ସାହନ ଭିତ୍ତିକ ଯୋଜନାକୁ ଅନୁମୋଦନ କରିଛନ୍ତି। ଏକ ହଜାର ୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଯୋଜନା କାର୍ଯ୍ୟକାରୀ ହେବ। କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ବୁଧବାର ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ଯୋଜନା ଦ୍ୱାରା କ୍ଷୁଦ୍ର ବ୍ୟବସାୟୀମାନେ ବିନା ଅତିରିକ୍ତ ମୂଲ୍ୟରେ ୟୁପିଆଇ ସେବା ପାଇପାରିବେ। କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ ପ୍ରତି ଦେଣନେଣ ମୂଲ୍ୟ ୦.୧୫ ପ୍ରତିଶତ ହାରରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଆସାମର ନାମରୂପଠାରେ ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର କର୍ପୋରେସନ ଲିମିଟେଡର ବର୍ତ୍ତମାନର ପରିସରରେ ଏକ ନୂତନ ବ୍ରାଉନଫିଲ୍ଡ ଆମୋନିଆ-ୟୁରିଆ କମ୍ପ୍ଲେକ୍ସ ନାମରୂପ-୪ ସାର କାରଖାନା ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପ ଦେଶରେ ଘରୋଇ ୟୁରିଆ ଉତ୍ପାଦନ କ୍ଷମତା ବୃଦ୍ଧି କରିବ ଏବଂ ଏହା ୟୁରିଆ ସାରର ବଢୁଥିବା ଚାହିଦାକୁ ପୂରଣ କରିବ ବୋଲି ସେ କହିଛନ୍ତି ।

- Advertisement -

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମହାରାଷ୍ଟ୍ରର ଜେଏନପିଏ ବନ୍ଦରରୁ ଛକ ପର୍ଯ୍ୟନ୍ତ ଏକ ଛଅ ଲେନ୍ ଆକ୍ସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ରାଜପଥ ନିର୍ମାଣକୁ ସରକାର ଅନୁମୋଦନ ଦେଇଛନ୍ତି। ୪ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପର ବିକାଶ କରାଯିବ ବୋଲି ସେ କହିଛନ୍ତି। ଜେଏନପିଏ ବନ୍ଦର ଏବଂ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସଂଯୋଗ କରିବାର ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଏହି ପ୍ରକଳ୍ପ ଡିଜାଇନ୍ କରାଯାଇଛି।

ଶ୍ରୀ ବୈଷ୍ଣବ କହିଛନ୍ତି ଯେ ସରକାର ୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷ ପାଇଁ ବର୍ଦ୍ଧିତ ଆବଣ୍ଟନ ସହିତ ସଂଶୋଧିତ ରାଷ୍ଟ୍ରୀୟ ଗୋକୁଳ ମିଶନ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଦୁଗ୍ଧ ଉତ୍ପାଦନ ଏବଂ ଉତ୍ପାଦକତାକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ ଏହା ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories