www.samajalive.in
Sunday, December 14, 2025
16.1 C
Bhubaneswar

ନାଗପୁର ହିଂସା: ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଇର୍ଫାନ ଓ ୟୁନାସ, ସେମାନେ କିଭଳି ମେଡ଼ିକାଲରେ ପହଞ୍ଚିଲେ ପରିବାର ଲୋକେ ଆଶ୍ଚର୍ଯ୍ୟ

ନାଗପୁର:  ଜଣେ ଟ୍ରେନରେ ଚଢ଼ିବାକୁ ଯାଇଥିଲେ, ଅନ୍ୟ ଜଣେ କ୍ଷୀର ଆଣିବା ପାଇଁ ଯାଇଥିଲେ; ସେମାନେ ଏବେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ପରିବାରର ସଦସ୍ୟମାନେ କିପରି ହସ୍ପିଟାଲରେ ପହଞ୍ଚିଲେ ଏବଂ ଏବେ ସେମାନେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି ତାହା ନାଗପୁରର ହିଂସା ପ୍ରଭାବିତ ଅଞ୍ଚଳର ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ବୁଝିପାରୁନାହାଁନ୍ତି ।

ବଡେ ନୱାଜ ନଗରର ବାସିନ୍ଦା ଇମ୍ରାନ ଅନସାରୀ ତାଙ୍କ ବଡ଼ ଭାଇ ଇର୍ଫାନ ଅନସାରୀଙ୍କ ଗୁରୁତର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ପେଶାରେ ଜଣେ ୱେଲ୍ଡର ଇରଫାନ ସୋମବାର ରାତି ପ୍ରାୟ ୧୧ଟାରେ ଘରୁ ବାହାରିଥିଲେ, ନାଗପୁର ରେଳ ଷ୍ଟେସନରୁ ଇତାରସିକୁ ଯିବା ପାଇଁ ଏକ ଟ୍ରେନରେ ଯିବାକୁ ଚାହୁଁଥିଲେ। ଏହି ଅଞ୍ଚଳ ହିଂସା ଦ୍ୱାରା ବହୁଳ ଭାବରେ ପ୍ରଭାବିତ ହୋଇଥିଲା ଏବଂ ଏହା ଛତ୍ରପତି ସମ୍ଭାଜୀନଗର ଜିଲଶରେ ଅବସ୍ଥିତ ଔରଙ୍ଗଜେବଙ୍କ ସମାଧି ହଟାଇବା ପାଇଁ ଆନ୍ଦୋଳନ କରିଥିଲା। ତାଙ୍କ ପରିବାରକୁ ଇନ୍ଦିରା ଗାନ୍ଧୀ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଆଇଜିଜିଏମସିଏଚ)ରୁ ଏକ ଫୋନ୍ ଆସିଥିଲା, ଯେଉଁଥିରେ ସେମାନଙ୍କୁ ସୂଚନା ଦିଆଯାଇଥିଲା ଯେ ଏକ ଦୁର୍ଘଟଣା ପରେ ଇରଫାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

- Advertisement -

ଇମ୍ରାନ କହିଥିଲେ ଯେ ତାଙ୍କ ଭାଇଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଛି ଏବଂ ତାଙ୍କର ଗୋଡ ଭାଙ୍ଗିଯାଇଛି ଏବଂ ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି ଏବଂ ଅକ୍ସିଜେନ୍ ନେଉଛନ୍ତି। ପରିବାର ଲୋକେ ଏପର୍ଯ୍ୟନ୍ତ ପୁଲିସରେ ଅଭିଯୋଗ ଦାଖଲ କରିନାହାଁନ୍ତି; କାରଣ ସେମାନେ ଇର୍ଫାନଙ୍କ ଚିକିତ୍ସା ଉପରେ ଧ୍ୟାନ ଦେଇଛନ୍ତି। ତେବେ ସେ ଟ୍ରେନରେ ଯାଇଥିବାବେଳେ କିଭଳି ଗୁରୁତର ହେଲେ ତାହା ପରିବାର ଳୋକେ ଜାଣି ନାହାନ୍ତି।

ସେହିପରି  ଦ୍ୱାଦଶ ଶ୍ରେଣୀର ବାଣିଜ୍ୟ ଛାତ୍ର ୧୭ ବର୍ଷୀୟ ରାଜା ୟୁନାସ ଖାନ, ଏକ ଘରୋଇ ହସ୍ପିଟାଲରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ମୋମିନପୁରା ନିକଟସ୍ଥ ଗାର୍ଡ ଲାଇନର ବାସିନ୍ଦା ୟୁନାସ ଖାନଙ୍କୁ ତାଙ୍କ ମାଆ ରାତି ପ୍ରାୟ ୧୦:୩୦ ସମୟରେ କ୍ଷୀର ଏବଂ ଦହି କିଣିବାକୁ ପଠାଇଥିଲେ। ପରେ ସେ ରାତି ପ୍ରାୟ ୧୧:୩୦ ସମୟରେ ଆଇଜିଜିଏମସିଏଚରୁ ଏକ ଫୋନ୍ ପାଇଲେ, ଯେଉଁଥିରେ ତାଙ୍କୁ ଜଣାଗଲା ଯେ ତାଙ୍କ ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତାଙ୍କ ମାଆ କହିଥିଲେ ଯେ ତାଙ୍କ ପୁଅ ନିକଟସ୍ଥ ହଂସପୁରୀକୁ କ୍ଷୀର କିଣିବାକୁ ଯାଇଥିଲା, ସେ ମଧ୍ୟ ହିଂସାର ଶିକାର ହୋଇଥିଲା। ସେ ସକାଳ ପ୍ରାୟ ୧୧:୩୦ ସମୟରେ ଆଇଜିଜିଏମସିଏଚରୁ ଏକ ଫୋନ୍ କଲ୍ ପାଇଲେ ଯେ ଖାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ୟୁନାସ ଖାନଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ସେ ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କ ପରିବାର ମଧ୍ୟ ସେମାନଙ୍କ ଅଞ୍ଚଳର ହିଂସାତ୍ମକ ପରିସ୍ଥିତି ବିଷୟରେ ଅଜ୍ଞ ଏବଂ ତାଙ୍କ ପୁଅ କିପରି ଏତେ ଗୁରୁତର ଆହତ ହେଲା ତାହା ଜାଣି ନାହାଁନ୍ତି। ସେ କହିଛନ୍ତି ଯେ ଲକଡଗଞ୍ଜ ପୁଲିସ ଷ୍ଟେସନର ଜଣେ ଅଧିକାରୀ ତାଙ୍କ ବୟାନ ରେକର୍ଡ କରିଛନ୍ତି।

ସୋମବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ କେନ୍ଦ୍ରୀୟ ନାଗପୁରର ମହଲ ଅଞ୍ଚଳରେ ହିଂସା ଘଟିଥିଲା, ଛତ୍ରପତି ସମ୍ଭାଜୀନଗର ଜିଲ୍ଲାରେ ଅବସ୍ଥିତ ଔରଙ୍ଗଜେବଙ୍କ ସମାଧିକୁ ହଟାଇବା ପାଇଁ ଭିଏଚପିର ଆନ୍ଦୋଳନ ସମୟରେ ଏକ ସମ୍ପ୍ରଦାୟର ପବିତ୍ର ଗ୍ରନ୍ଥ ପୋଡ଼ିଯାଇଥିବା ଗୁଜବ ପ୍ରଚାରିତ ହୋଇଥିଲା ଏବଂ ଆନ୍ଦୋଳନକାରୀ ପୁଲିସ ଉପରକୁ ପଥରମାଡ଼ କରିଥିବା ଦେଖିବାକୁ ମିଳିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories