www.samajalive.in
Sunday, December 14, 2025
16.1 C
Bhubaneswar

ଗାଜାରେ ଏୟାର ଷ୍ଟ୍ରାଇକ, ୨୦ ମୃତ

ଗାଜା: ଗାଜାରେ ଇସ୍ରାଏଲର ବଡ଼ ଧରଣର ଏୟାର ଷ୍ଟ୍ରାଇକ କରାଯାଇଛି। ପାଲେଷ୍ଟାଇନ ରହୁଥିବା ଶରଣାର୍ଥୀ ଶିବିର ଓ ସ୍କୁଲ ଉପରକୁ ଆକ୍ରମଣ ହୋଇଥିାବେଳେ ଇସ୍ରାଏଲ୍‌‌ର ଏହି ଏୟାର ଷ୍ଟ୍ରାଇକରେ ୨୦ଜଣଙ୍କ ମୃତ୍ୟୁ ହୋଇଛି।

ଇସ୍ରାଏଲୀ ସେନା ଦକ୍ଷିଣ ଗାଜାର ଏକ ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ କରାଯିବା ଦ୍ବାରା କୋଠାରେ ଆଶ୍ରୟ ନେଇଥିବା ଅତି କମରେ ୨୦ ଜଣ ବିସ୍ଥାପିତ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବେଇଟ୍ ହାନୁନ୍, ଦେଇର୍ ଏଲ୍-ବାଲାହ ଏବଂ ନୁସେରାତ୍ ଶରଣାର୍ଥୀ ଶିବିର ସମେତ ଘେରାବନ୍ଦୀ ଅଞ୍ଚଳରେ ଅନେକ ସ୍ଥାନରେ ଆକ୍ରମଣ କରାଯାଇଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।

- Advertisement -

ୟୁଏନଆରଡବ୍ଲ୍ୟୁଏ ଦ୍ୱାରା ପରିଚାଳିତ ସ୍କୁଲ ଉପରେ କୌଣସି ଚେତାବନୀ ବିନା ରବିବାର ସନ୍ଧ୍ୟାରେ ଆକ୍ରମଣ ହୋଇଥିଲା। ମହିଳା ଏବଂ ଶିଶୁ ସମେତ ସାଧାରଣ ନାଗରିକ ଶୋଇଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣ ପୂର୍ବରୁ ଇସ୍ରାଏଲୀ ସେନା ସେମାନଙ୍କୁ ସତର୍କ କରିନଥିଲା,।  ତିନି ମହଲା କୋଠା ବିଶିଷ୍ଟ ଏହି ସ୍କୁଲ ନାସେର ମେଡିକାଲ କମ୍ପ୍ଲେକ୍ସ ପାଖରେ ଅବସ୍ଥିତ। ସ୍କୁଲର ତୃତୀୟ ମହଲାକୁ ଏୟାର ଷ୍ଟ୍ରାଇକ କରାଯାଇଥିଲା, ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଆକ୍ରମଣର ପରିମାଣ ଯୋଗୁଁ କିଛି ମୃତଦେହ ଖଣ୍ଡ ଖଣ୍ଡ ହୋଇଯାଇଥିଲା। “ସ୍କୁଲଟି ଶହ ଶହ ପାଲେଷ୍ଟାଇନୀ ପରିବାରକୁ ଆଶ୍ରୟ ଦେଉଥିବା ଅନୁମାନ କରାଯାଇଥିଲା।

ପାଲେଷ୍ଟାଇନୀ ଅଧିକାରୀଙ୍କ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲୀ ଆକ୍ରମଣରେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗାଜାରେ ଇସ୍ରାଏଲର ଯୁଦ୍ଧରେ ୭ ଅକ୍ଟୋବର ୨୦୨୩ପରଠାରୁ ଅତି କମରେ ୪୫, ୦୨୮ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି ଏବଂ ୧୦୬,୯୬୨ଜଣ ଆହତ ହୋଇଛନ୍ତି। ସ୍ଥାୟୀ କୋଠା ଏବଂ ସୁରକ୍ଷିତ ସ୍ଥାନ ଅଭାବରୁ ସାଧାରଣ ନାଗରିକମାନେ ଆଶ୍ରୟ ନେଉଥିବା ଆଶ୍ରୟସ୍ଥଳଗୁଡ଼ିକୁ ଇସ୍ରାଏଲୀ ସେନା ଧ୍ୱଂସ କରିବା ଉପରେ ଧ୍ୟାନ ଦେଇଛି ବୋଲି କୁହାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories