www.samajalive.in
Saturday, December 13, 2025
23.1 C
Bhubaneswar

ପାକିସ୍ତାନ ସେନାକୁ ରାଜନୀତିରୁ ଦୂରରେ ରହିବାକୁ ପରାମର୍ଶ ଦେଲେ ସେଠାକାର ସୁପ୍ରିମକୋର୍ଟ

ଇସଲାମାବାଦ …- ପାକିସ୍ତାନ ସେନାକୁ ଦେଶର ରାଜନୀତିରୁ ଦୂରେଇ ରହିବା ପାଇଁ ସେଠାକାର ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।  ରାଜନୀତିରେ ମୁଣ୍ଡ ନ ଖେଳାଇବା ପାଇଁ ଉପଦେଶ ବି ଦେଇଛନ୍ତି ।  ପାକିସ୍ତାନର ରାଜନୀତିରେ ସେଠାକାର ସେନାର ପ୍ରଭାବ ରହିଛି । ଅନେକ ଥର ସେନା ପାକିସ୍ତାନର ଶାସନ ଭାର ଜୋର ଜବରଦସ୍ତ ହାତକୁ ନେଇଛି । କେବଳ ପାକିସ୍ତାନର ସେନା ନୁହେଁ ସେଠାକାର ଗୁଇନ୍ଦା ବିଭାଗ ଆଇଏସ୍‌ଆଇକୁ ବି ରାଜନୀତିରେ ଅଯଥା ହସ୍ତକ୍ଷେପ ନ କରିବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି ।

ଆଇଏସ୍‌ଆଇ ଓ ଅନ୍ୟ ସୁରକ୍ଷା ସଂସ୍ଥା ପାକିସ୍ତାନର ସାଧାରଣ ନିର୍ବାଚନରେ ନିଜର ଶକ୍ତି ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା । ନିର୍ବାଚନ ବେଳେ  ଓ ବିଭିନ୍ନ ଆନ୍ଦୋଳନ ବେଳେ ସେନା ବେଆଇନ ଭାବେ ଟଙ୍କା ବାଣ୍ଟୁଥିବା ଘଟଣା ସାମ୍ନାକୁ ଆସିଛି ।  ୨୦୧୮ ମସିହାରେ ସେନା ଇମରାନ ଖାନ୍‌ଙ୍କ ଦଳକୁ ଶାସନକୁ ଆସିବା ପାଇଁ ସେନା ସାହାଯ୍ୟ କରିଥିବା ଘଟଣାକୁ ସେଠାକାର ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି ।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories