www.samajalive.in
Sunday, December 14, 2025
19.1 C
Bhubaneswar

ଜାତୀୟ ରାଜପଥରୁ ଦୁଇ ଯୁବକଙ୍କୁ ଅପହରଣ

ଗୋପାଳପୁର : ଜାତୀୟ ରାଜପଥ ନଂ ୧୬ ହଳଦିଆ ପଦର ଚକ୍ର ଅନତିଦୂରରେ ଆଜି ରାତି ପ୍ରାୟ ୮ ଟା ୩୦ ମିନିଟ ସମୟରେ ମୋଟରସାଇକେଲରେ ଯାଉଥିବା ଦୁଇଜଣ ଯୁବକଙ୍କୁ କାରରେ ଆସି ଅପହରଣ କରାଯାଇଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ ମୋଟରସାଇକେଲ (ଓ ଆର ୩୧ କେ ୫୯୦୧) ଯୋଗେ ବ୍ରହ୍ମପୁର ଯାଉଥିବାବେଳେ ହଳଦିଆ ପଦରଠାରେ ଥିବା ରାଜାରାଣୀ ଆବାସ ସମ୍ମୁଖରେ କାରରେ ଜୋରଜବରଦସ୍ତ ମୋଟରସାଇକେଲରେ ଯାଉଥିବା ଦୁଇ ଯୁବକଙ୍କୁ ଅପହରଣ କରିଥିଲେ। ଅପହରଣ ପରେ କାରଟି ଭୁବନେଶ୍ବର ପଟକୁ ଦ୍ରୁତ ଗତିରେ ପଳାଇଯାଇଥିବା ଜଣାପଡିଛି। ବର୍ତ୍ତମାନ ରାସ୍ତା କଡରେ ମୋଟରସାଇକେଲଟି ପଡ଼ି ରହିଥିବାବେଳେ ଗୋଳନ୍ଥରା ଓ ଗୋଷାଣୀ ନୂଆଗାଁ ଥାନା ଇଲାକାରେ ଏହା ଆସୁଛି ନା ନାହିଁ ତାହା ଜଣାପଡ଼ିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହେବ ବୋଲି ଜଣାପଡିଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories