www.samajalive.in
Friday, December 12, 2025
15.1 C
Bhubaneswar

୬୬୦ କେଜି ଗଞ୍ଜେଇ ସହ ବନ୍ଧୁକ ଜବତ, ୬ ମାଫିଆ ଗିରଫ

ରାୟଗଡା: ରାୟଗଡ଼ା ପୁଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଚୋରା ଚାଲାଣକାରୀ ୬ ମାଫିଆ ଗିରଫ। ସେମାନଙ୍କ ନିକଟରୁ ୬୬୦ କେଜି ଗଞ୍ଜେଇ ସହ ବୋଲେରୋ ପିକ୍ଅପ୍, ଗୋଟିଏ କାର, ଗୋଟିଏ ପିସ୍ତଲ, ଗୋଟିଏ ମାଗାଜିନ୍, ଦୁଇଟି ଗୁଳି ଓ ୫ଟି ମୋବାଇଲ ଫୋନ ଜବତ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ରାୟଗଡ଼ା ଜିଲା ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ.କୁମାରଙ୍କ ନିର୍ଦ୍ଦେଶରେ ରାୟଗଡା ଟାଉନ ଥାନା ପୁଲିସ ୩୨୬ ନମ୍ବର ଜାତୀୟ ରାଜପଥରର ରାୟଗଡ଼ା-ହାଲୁଆ ମଧ୍ୟରେ ପାଟ୍ରୋଲିଂ କରିବା ସମୟରେ ଆଶୀର୍ବାଦ ଢାବା ନିକଟରେ ଏକ ବୋଲେରୋ ପିକଅପ ଗାଡ଼ିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେଥିରେ ୨୨ କେଜି ଓଜନର ୩୦ଟି ଗଞ୍ଜେଇ ପ୍ୟାକେଟ ଥିବା ଦେଖିବାକୁ ପାଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେହି ସବୁ ଗଞ୍ଜେଇକୁ ଓଜନ କରାଯାଇ ଥିଲା। ସମୁଦାୟ ୬୬୦ କେଜି ଗଞ୍ଜେଇ ଜବତ ହେବା ସହ ଗୋଟିଏ କାର, ବୋଲେରୋ ପିକଅପ୍ ଗାଡ଼ି, ଗୋଟିଏ ପିସ୍ତଲ, ଗୋଟିଏ ମାଗାଜିନ୍, ଦୁଇଟି ଗୁଳି ଓ ୫ଟି ମୋବାଇଲ ଫୋନ ଜବତ କରିଛି ପୁଲିସ। ଏଥିସହ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ। ଗିରଫ ବ୍ୟକ୍ତିମାନେ ହେଲେ ରାୟଗଡ଼ା ସହର ନୂଆସାହିର ଆର. ଅମଲରାଜ, ଆର. ଅବିନାଶ, ଆର. ଆନନ୍ଦ, ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମର ରଞ୍ଜିତ କରକରିଆ, କୋରାପୁଟର ମଜିବୁଲ ହକ୍ ଅଲି ଓ ଏ.ବିନୋଦ କୁମାର। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ପଚରାଉଚୁରା ବେଳେ ଏହି ଗଞ୍ଜେଇ ସବୁ ଚନ୍ଦ୍ରପୁର ବ୍ଲକର ଏକ ରିମୋଟ ଅଞ୍ଚଳରୁ ସଂଗ୍ରହ କରି ଛତିଶଗଡ ରାଜ୍ୟର ରାୟପୁରକୁ ପଠାଉ ଥିବା ସ୍ବୀକାର କରିଛନ୍ତି ଗଞ୍ଜେଇ ମାଫିଆମାନେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories