www.samajalive.in
Sunday, December 14, 2025
14.1 C
Bhubaneswar

ଚାପୁଡ଼ା ମାରି ମାରିଦେଲା- ରାତିସାରା ଜଗି ବସିଲା

କଳାବାଡିଆ – ସ୍ୱାମୀର ପରକିୟା ପ୍ରୀତି ସନ୍ଦେହରେ ଚାଳିଗଲା ସ୍ତ୍ରୀର ଜୀବନ। ସ୍ତ୍ରୀକୁ ଜୀବନରେ ମାରିଦେଲା ସ୍ୱାମୀ। ଚାନ୍ଦୁଆ ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଗ୍ରାମରେ ଅଘଟଣ। ମୃତକ ମହିଳା ହେଲେ ୨୪ବର୍ଷୀୟା ସବିତା ଭୋକ୍ତା ।

ଅଭିଯୁକ୍ତ ହେଲେ ୨୮ବର୍ଷୀୟ ଫୋତଲ ଭୋକ୍ତା। ଶୁକ୍ରବାର ବିଳମ୍ୱିତ ରାତିରେ ଏହି ଘଟଣା ଘଟିଛି ।ରାତିରେ ଖାଇବା ପରେ ଅଭିଯୁକ୍ତ ମୋବାଇଲରେ ଜୈନିକ ବାନ୍ଧବୀ ସହ କଥା ହେଉଥିବାର ସନ୍ଦେହ କରି ସ୍ଵାମୀ – ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।

- Advertisement -

ପରବର୍ତ୍ତୀ ସମୟରେ ଏହା ଝଗଡାର ରୂପ ନେବାରୁ ଅଭିଯୁକ୍ତ ସ୍ଵାମୀ ନିଜ ସ୍ତ୍ରୀକୁ ହାତରେ ଚାପୁଡ଼ା ମାରିଥିଲା । ସେହିଠାରେ ସବିତା ଟଳି ପଡିଥିଲେ , ସେଠାରେ ମହିଳାଙ୍କ ଜୀବନ ଚାଲିଯାଇଥିଲା।ଏହାପରେ ଅଭିଯୁକ୍ତ ରାତିସାରା ଶବକୁ ଜଗି ବସିଥିଲା । ଏହାର ଖବର ପାଇବାପରେ ଚାନ୍ଦୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ ସହ ଅଭିଯୁକ୍ତକୁ ଗିରଫ କରିଛି ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories