ଭଲ ପାଇବାର ଏକ ପରିଭାଷା ‘ରୋଜ ଡେ’ 

0

ଫେବୃଆରୀ ମାସକୁ ପ୍ରେମର ମାସ ବୋଲି କୁହାଯାଇଥାଏ। ଆଜି ହେଉଛି ରୋଜ ଡ଼େ। ରୋଜ ଡ଼େ ଠାରୁ ଭ୍ୟାଲେନଟାଇନ ସପ୍ତାହ ଆରମ୍ଭ ହୋଇଥାଏ। ଗୋଲାପ ଫୁଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ। ମାତ୍ର କେବଳ ଯେ ଗୋଲାପ ଫୁଲ ଦେଲେ ଭଲ ପାଇବା ନିବିଡ଼ ହୋଇଥାଏ, ତାହା ନୁହେଁ। ଭଲ ପାଇବାର ବିଭିନ୍ନ ପରିଭାଷା ରହିଛି।
ବହୁ ଲୋକଙ୍କର ଧାରଣା ହେଉଛି ଭଲପାଇବା ହେଉଛି ଖୁସି, ସମ୍ମାନ ଦେବାର ପ୍ରତୀକ।
ଯତ୍ନ ନେବା ମଧ୍ୟ ଭଲ ପାଇବାର ଏକ ସ୍ୱରୂପ ଅଟେ। ଆପଣଙ୍କ ମନରେ ଯଦି ଜଣଙ୍କ ପ୍ରତି ପ୍ରକୃତ ଭଲ ପାଇବା ରହିଛି, ତାକୁ ଖୁସି ଦେବା ସହ ସର୍ବଦା ତା’ର ସମ୍ମାନ କରନ୍ତୁ।
ଭଲ ପାଇବା ମନୁଷ୍ୟ ଭିତରେ ସକ୍ରିୟ ଶକ୍ତି ଅଟେ। ଏହା ଆମ ଭାବନାକୁ ପ୍ରକାଶ କରିବା ସହାୟକ ହୋଇଥାଏ।
ଗୋଲାପ ଫୁଲ ଖୁବ ସୁନ୍ଦର ଓ କୋମଳ ଅଟେ। ଆପଣ ନିଜ ବନ୍ଧୁ ଓ ପ୍ରିୟଜନଙ୍କୁ ଗୋଲାପ ଦେବା ଦ୍ୱାରା ସଂପର୍କରେ ମଧ୍ୟ କୋମଳତା ଆସିଥାଏ।
ଭଲ ପାଇବା ହେଉଛି ଏକ ଅନୁଭବ। ଏହାକୁ ଶବ୍ଦରେ ବାଖ୍ୟା କରିହୁଏ ନାହିଁ।

Leave A Reply