www.samajalive.in
Saturday, December 13, 2025
18.1 C
Bhubaneswar

ବାରମ୍ବାର ଚୋରି, କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ଅବରୋଧ 

କାମାକ୍ଷାନଗର : ତୁମୁସିଙ୍ଗା ଥାନା ଅଁଳାବେରେଣି ବଜାରରେ ବାରମ୍ବାର ଚୋରି ହେଉଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ପ୍ରତିବାଦରେ ଦୋକାନୀ ମାନଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବିରେ କାମାକ୍ଷାନଗର ଢେଙ୍କାନାଳ  ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଉଭୟ ଦିଗରେ ଗାଡି ସବୁ ଅଟକି ରହିଥିଲା । ଗତ କିଛି ଦିନ ହେବ ବିଳମ୍ବିତ ରାତିରେ ବଜାରରେ ଥିବା ବିଭିନ୍ନ ଦୋକାନରୁ ଚୋରି ହୋଇ ଚାଲିଛି।ଯାହାକୁ ନେଇ ସ୍ଥାନିୟ ବ୍ୟବସାୟୀ ମାନେ ପୁଲିସକୁ ଜଣାଇ ଥିଲେ ମଧ୍ୟ କୈାଣସି ଚୋରକୁ ଧରାଗଲା ନାହିଁ। ଗତକାଲି ରାତିରେ ବଜାର ଥିବା ଏକ ସୁନା ଦୋକାନ ଓ ଗ୍ରୋସୋରି ଦୋକାନରୁ ଚୋରି ହୋଇଥିଲା।ତେବେ ବାରମ୍ବାର ଏହି ଭଳି ଭାବରେ ଚୋରି ସଂଖ୍ୟା ବଢିବା ଯୋଗୁ ବ୍ୟବସାୟୀମାନେ ଆଜି ରାସ୍ତା ଅବରୋଧ କରିଛନ୍ତି। ରାତିରେ ପେଟ୍ରୋଲିଙ୍ଗ କଡାକଡି ଭାବେ କରିବା ସହ ବଜାରେ ପୁଲିସ ମୂତୟନ କରିବା ସକାଶେ  ଦାବି କରାଯାଇଛି ।  ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର ସଦଳବଳେ ପହଞ୍ଚି ବ୍ୟବସାୟୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories