www.samajalive.in
Wednesday, December 10, 2025
16.1 C
Bhubaneswar

ନୂତନ ପ୍ରଜାତିର ଆରିଅସୋମା ତାମିଲିକମ ମାଛ ଚିହ୍ନଟ

ଗୋପାଳପୁର: ଗୋପାଳପୁରସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ଏବଂ କେରଳସ୍ଥିତ ନ୍ୟାସନାଲ ବ୍ୟୁରୋ ଅଫ ଫିଶ୍‌ ଜେନେଟିକ ରିସୋର୍ସେସର ମିଳିତ ସହଯୋଗରେ ଏକ ନୂତନ ପ୍ରଜାତିର ମାଛ ଚିହ୍ନଟ କରାଯାଇଛି। ଏହା ନାମ ହେଉଛି ଆରିଅସୋମା ତାମିଲିକମ। ଏହି ମାଛକୁ ତାମିଲନାଡୁ ଏବଂ କେରଳ ଉପକୂଳରୁ ଚିହ୍ନଟ କରଯାଇଛି। ଗୋପାଳପୁରସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରର ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର କହିଛନ୍ତି, ଏହି ନୂତନ ମାଛର ନାମ “ଆରିଅସୋମା ତାମିଲିକମ” ରଖାଯାଇଛି। କାରଣ ଏହା ତାମିଲନାଡୁ, କେରଳ ଉପକୂଳରୁ ମିଳିଥିଵାରୁ ତାମିଲ ଭାଷାକୁ ନେଇ ଏହାର ନାମକରଣ କରାଯାଇଛି। ଏହି ମାଛଟିକୁ ତାମିଲନାଡୁର ତୁତକୋଡ଼ି ମତ୍ସ୍ୟ କେନ୍ଦ୍ରଠାରେ ୨୦୨୧ରେ କେରଳର ପରମଶିଭମ କୋଡେଶ୍ୱରନଙ୍କୁ ମିଳିଥିଲା। ଏହି ମାଛକୁ ପ୍ରଥମେ କେରଳସ୍ଥିତ ନ୍ୟାସନାଲ ବ୍ୟୁରୋ ଅଫ ଫିଶ୍‌ ଜେନେଟିକ ରିସୋର୍ସେସ ସେଣ୍ଟରରେ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ପରେ ତାହାର ଅଧିକ ତଥ୍ୟ ସଂଗ୍ରହ ପାଇଁ ଗୋପାଳପୁର ଜେଡଏସଆଇକୁ ଅଣାଯାଇଥିଲା। ଏଠାରେ ବୈଜ୍ଞାନିକ ଅନିଲ ମହାପାତ୍ର, ବୈଜ୍ଞାନିକ ଥିପ୍ରାମାଲାଇ ଥାଙ୍ଗାପ୍ପାନପିଲାଇ ଅଜିତ କୁମାର, ସ୍ମୃତି ରେଖା ଆଚାର୍ଯ୍ୟ ଏବଂ ପରମସିଭମ୍ କୋଡେଶ୍ୱରନ୍ ମିଳିତ ଭାବେ ଡିଏନଏ ଆଦି ଉପରେ ପରୀକ୍ଷା ନିରୀକ୍ଷା କରିଥିଲେ। ପରେ ଏହି ମାଛଟି ମାଇଟୋକଣ୍ଡ୍ରିଆଲ୍ ଜିନ କ୍ରମରେ ଶତକଡା ୧୩.୪ ପ୍ରତିଶତ ଜେନେଟିକ ଭିନ୍ନତା ରହିଥିବାରୁ ଏହାକୁ ନୂତନ ପ୍ରଜାତିର ମାଛ ଭାବେ ଚିହ୍ନଟ କରାଯାଇଥିଲା। ଏହି ମାଛର ରଙ୍ଗ ଦୁଇ ପ୍ରକାର। ଉପର ଅଂଶଟି କଳା ଏବଂ ତଳ ଅଂଶଟି ସାମାନ୍ୟ ଇସତ କଳା ରଙ୍ଗର। ଏହା ଏକ ମେରୁଦଣ୍ଡ ପ୍ରାଣୀ। ମେରୁଦଣ୍ଡରେ ମୋଟ ୧୧୬-୧୨୧ଟି ଖଣ୍ଡ ହାଡ଼ ରହିଛି। ଏହାର ଲମ୍ବ ୩୦ ସେଣ୍ଟିମିଟର ରହିଛି। ଏହି ମାଛ ବିଷାକ୍ତ ନୁହନ୍ତି। ଏହି ମାଛଗୁଡ଼ିକୁ କୁକୁଡ଼ା ଖାଦ୍ୟ ଭାବେ ବ୍ୟବହାର କରାଯାଇଥାଏ। ଏମାନେ ସମୁଦ୍ରର ତଳ ଅଂଶରେ ବସବାସ କରିଥାନ୍ତି। ଆଜି ଏହାର ସମ୍ପୂର୍ଣ୍ଣ ବିବରଣୀ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପତ୍ରିକାଜୁ ଟାକ୍ସାରେ ପ୍ରକାଶ ପାଇଥିବା ଏବଂ ଅଧିକ ତଥ୍ୟ ସଂଗ୍ରହ କରାଯାଉଥିବା ନେଇ ଜେଡଏସଆଇର ବୈଜ୍ଞାନିକ ଡ଼. ଅନିଲ ମହାପାତ୍ର କହିଛନ୍ତି।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories