www.samajalive.in
Saturday, December 6, 2025
26.1 C
Bhubaneswar

ଆଇପିଏଲ୍‌ରେ ତମାଖୁ ବିଜ୍ଞାପନ ମନା

ନୂଆଦିଲ୍ଲୀ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଆଇପିଏଲ୍‌ର ୨୦୨୫ ସଂସ୍କରଣର ମ୍ୟାଚ୍‌ ପ୍ରସାରଣ ସମୟରେ ମଦ, ତମାଖୁ ବିଜ୍ଞାପନ ବନ୍ଦ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ନିର୍ଦେଶ ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ସେବା ମହାନିର୍ଦେଶକ ଅତୁଲ ଗୋଏଲ ଆଇପିଏଲ୍‌ ଅଧ୍ୟକ୍ଷ ଅରୁଣ ଧୁମଲଙ୍କୁ ଏକ ପତ୍ର ଲେଖିଛନ୍ତି। ପତ୍ରରେ ଅତୁଲ ଦର୍ଶାଇଛନ୍ତି ଭାରତୀୟ ଯୁବଗୋଷ୍ଠୀଙ୍କ ନିମନ୍ତେ କ୍ରିକେଟର୍‌ମାନେ ଆଦର୍ଶ। ତେଣୁ କ୍ରିକେଟର୍‌ମାନେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ମଦ, ତମାଖୁ ବିଜ୍ଞାପନ ସହ ଜଡ଼ିତ ହେବା ଅନୁଚିତ୍‌। ତେଣୁ ଆଇପିଏଲ୍‌ ମ୍ୟାଚ୍‌ ସମୟରେ ଷ୍ଟାଡିୟମ ଭିତରେ ଏବଂ ଟେଲିଭିଜନ୍‌ରେ ମ୍ୟାଚ୍‌ ପ୍ରସାରଣରେ ମଦ, ତମାଖୁ ବିଜ୍ଞାପନ ନ କରିବାକୁ ନିର୍ଦେଶାନାମା ଜାରି କରାଯାଇଛି। ଏହାକୁ ଆଇପିଏଲ୍‌ କର୍ତ୍ତୃପକ୍ଷ କଡ଼ାକଡ଼ି ଭାବେ ପାଳନ କରିବେ। ଆଇପିଏଲ୍‌ ମ୍ୟାଚ ଚାଲିଥିବା ବେଳେ ଅଧିକାଂଶ ଭାରତୀୟ ଟେଲିଭିଜନରେ ଏହାକୁ ଉପଭୋଗ କରିଥାନ୍ତି। ଏହି ଟୁର୍ଣ୍ଣାମେଣ୍ଟ ବିଭିନ୍ନ କମ୍ପାନୀଙ୍କୁ ନିଜ ସାମଗ୍ରୀର ବିଜ୍ଞାପନ ପ୍ରଦର୍ଶନ କରିବାର ବଳିଷ୍ଠ ମାଧ୍ୟମ ପାଲଟିଛି। ମଦ, ତମାଖୁ ଆଦିରୁ ହୃଦ୍‌ଯନ୍ତ୍ର, ଫୁସଫୁସ୍‌ରେ ନାନା ରୋଗ ସୃଷ୍ଟି ହେଉଛି। ଏଥିସହ କର୍କଟ, ମଧୁମେହ, ଉଚ୍ଚ ରକ୍ତଚାପ ରୋଗ ସୃଷ୍ଟି ହେଉଥିବା ବେ​‌େ​‌ଳ ଏଥିରେ ବାର୍ଷିକ ୧୪ ଲକ୍ଷ ବ୍ୟକ୍ତି ପ୍ରାଣ ହରାଇଥାନ୍ତି। ତେଣୁ ଆଇପିଏଲ୍‌ ଭଳି ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟରେ ମଦ, ତମାଖୁ ବିଜ୍ଞାପନ ବନ୍ଦ କରିବା କେନ୍ଦ୍ର ସରକାରଙ୍କ ସାମାଜିକ ଓ ନୈତିକ ଦାୟିତ୍ବ ବୋଲି ଅତୁଲ ସ୍ପଷ୍ଟ କରି ଦେଇଛନ୍ତି। ସେହିପରି ସୁସ୍ଥ ଜୀବନଶୈଳୀ ଆପଣାଇବା ନିମନ୍ତେ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରିବା କ୍ରିକେଟର୍‌ଙ୍କ ନୈତିକ ଦାୟିତ୍ବ ବୋଲି ଅତୁଲ ପତ୍ରରେ ଦର୍ଶାଇଛନ୍ତି।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories