www.samajalive.in
Saturday, December 6, 2025
23.1 C
Bhubaneswar

ଗ୍ୟାସ ସିଲିଣ୍ଡର ଫାଟି ଉଡ଼ିଗଲା ଟାଇଲ ଛପର ଘର, ଅଳ୍ପକେ ବର୍ତ୍ତିଲା ପରିବାର

ପାଟଣା : ଗତକାଲି ରାତିରେ ସାହାରପଡ଼ା ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମ ପାତ୍ର ସାହିରେ ଏକ ଅଘଟଣ ଘଟିଯାଇଛି । ସାହାରପଡା ବ୍ଲକ ଉଦୟପୁର ପାତ୍ର ସାହିରେ ରାମଚନ୍ଦ୍ର ପାତ୍ରଙ୍କ ପରିବାର ମାଂସ ରୋଷେଇ କରି ଖାଇ ପିଇ ଶୋଇଯାଇଥିଲେ । ରାତି ୩ଟା ସମୟରେ ହଠାତ ଏକ ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକେ ଉଠି ପଡ଼ିଥିଲେ । ରୋଷେଇ ଘରେ ଗ୍ୟାସ ଟାଙ୍କି ଫାଟି ଟାଇଲ ଛପର ଉପରକୁ ଉଡିଯାଇଥିଲା ଏବଂ ଘରର କାଠରେ ନିଆଁ ଲାଗି ଜଳିଯାଉଥିଲା । ସେମାନଙ୍କ ପାଟି ଶୁଣି ପଡିଶା ଲୋକେ ଆସି ପାଣି ଢାଳି ନିଆଁକୁ ଆୟତ୍ତ କରିଥିଲେ । ତେବେ ପରିବାର ଲୋକେ ଅନ୍ୟ ଘରେ ଶୋଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ସିଲିଣ୍ଡର ଫାଟିବାର ସଠିକ କାରଣ ଜଣାପଡ଼ିନାହିଁ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories