www.samajalive.in
Sunday, December 14, 2025
26.1 C
Bhubaneswar

ଛତିଶଗଡ଼ରେ ଇଡି ଟିମ ଉପରେ ଆକ୍ରମଣ, ଗାଡ଼ିକୁ ପଥର ମାଡ଼ କଲେ ଭୂପେଶ ବଘେଲଙ୍କ ସମର୍ଥକ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡ଼ର ଭିଲାଇ ସହରରେ ସୋମବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଟିମ ଉପରେ ଆକ୍ରମଣ ହୋଇଛି। ଇଡି ଟିମ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ଚଢ଼ାଉ କରି ଫେରିବା ସମୟରେ ତାଙ୍କ ସମର୍ଥକମାନେ ଇଡି ଅଧିକାରୀମାନଙ୍କ ଗାଡ଼ି ଉପରକୁ ଟେକାପଥର ମାଡ଼ କରିଥିଲେ। ପଥର ମାଡ଼ କରିଥିବା କିଛି ଯୁବକଙ୍କୁ ସୁରକ୍ଷାକର୍ମୀମାନେ ଅଟକ ରଖିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ମଦ ଦୁର୍ନୀତି ମାମଲାରେ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କ ବିଭିନ୍ନ ଠିକଣାରେ ଇଡି ଟିମ ପକ୍ଷରୁ ସୋମବାର ଚଢ଼ାଉ କରାଯାଇଥିଲା। ତେଣୁ ଇଡି ଅଧିକାରୀମାନେ ଭୂପେଶ ବଘେଲଙ୍କ ଘରେ ବି ଚଢ଼ାଉ କରିଥିଲା। ଏହି ଖବର ମିଳିବା ପରେ ବଘେଲଙ୍କ ସମର୍ଥକମାନେ ତାଙ୍କ ଘର ବାହାରେ ରୁଣ୍ଢ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ଅଧିକାରୀମାନେ ଚଢ଼ାଉ ସାରି ଘରୁ ବାହାରିବା ସମୟରେ ସେମାନଙ୍କ ଗାଡ଼ିକୁ ଆକ୍ରମଣ କରିଥିଲେ। ଅନ୍ୟପଟେ ଭୂପେଶ କହିଛନ୍ତି, ସେ କାହାକୁ ଡରନ୍ତି ନାହିଁ। ତାଙ୍କ ଦେହ​‌ରେ କେହି ହାତ ଦେଇପାରିବେ ନାହିଁ। ଇଡି ତଦନ୍ତକୁ ସେ ଭୟ କରୁନାହାନ୍ତି ବୋଲି କହିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories