www.samajalive.in
Sunday, December 14, 2025
26.1 C
Bhubaneswar

କୋରଙ୍ଗାରେ ଅବକାରୀ ଚଢାଉ

ଆଠଗଡ: କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗାରେ ଶନିବାର ଏକ ମିଳିତ ଅବକାରୀ ଚଢାଉ କରାଯାଇଛି । ଉପଅଧିକ୍ଷକ ଅରୂପା ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି ଚଢାଉ ବେଳେ କୋରଙ୍ଗାର ଝାଟି ଜଙ୍ଗଲ, ଚାଷ ଜମି ଓ ଅନ୍ୟ ସ୍ଥାନରେ ଚାଲିଥିବା ଏକାଧିକ ବେଆଇନ ମଦଭାଟିରୁ ୬୬୫ ଲିଟର ସଦ୍ୟ ପ୍ରସ୍ତୁତ ମଦ ଓ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୫୫୬୫ ଲିଟର ଗୁଡପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା । ଏ ସମ୍ପର୍କିତ ୨ଟି ମାମଲା ରୁଜୁ କରାଯାଇଛି । ଆଠଗଡ ଅବକାରୀ ନିରୀକ୍ଷକ ରବିନାରାୟଣ ପ୍ରଧାନ, ଉପନିରୀକ୍ଷକ ଅରୁଣ କୁମାର ଭୋଇ, ବାଙ୍କୀ ଉପନିରୀକ୍ଷକ ସୌମ୍ୟରଞ୍ଜନ ମାଝି, କଟକ ଅବକାରୀ ଉପନିରୀକ୍ଷକ ଅଜିତ ପାତ୍ର ଓ ନରସିଂହପୁର ଉପନିରୀକ୍ଷକ ସନ୍ଧ୍ୟାରାଣୀ ଦାସଙ୍କ ସମେତ ବହୁ ଅବକାରୀ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories