www.samajalive.in
Saturday, December 6, 2025
15.1 C
Bhubaneswar

ଦୁର୍ଦ୍ଦାନ୍ତ ଅପରାଧୀକୁ ବିଭତ୍ସ ହତ୍ୟା, ଧାରୁଆ ଅସ୍ତ୍ରରେ ହାଣି ରାସ୍ତାରେ ଫିଙ୍ଗିଦେଲେ

ଖଲିକୋଟ: ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଧାରୁଆ ଅସ୍ତ୍ରରେ ରବିଙ୍କୁ ହାଣି ହତ୍ୟା କରାଯାଇଥିବା ଜଣାପଡ଼ିଛି। ହରିପୁର ଗାଁ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ରବି ଦାସଙ୍କ ମୃତଦେହ ପଡ଼ିଛି। ଜେଲ ଫେରନ୍ତା ବବି ଦାସଙ୍କୁ ହାଣି ରାସ୍ତାରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି।

ଖଲିକୋଟ ଥାନା ହରିପୁର ଗାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଗାଁର କିଛି ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ରବି ଦାସଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ୩ ମାସ ତଳେ ଜେଲରୁ ଫେରିଥିଲେ। ପୂର୍ବ ଶତ୍ରୁତାର ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରବିଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିଲା। ଖବର ପାଇ ଖଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories