www.samajalive.in
Sunday, December 14, 2025
26.1 C
Bhubaneswar

ହାତୀ ଦାନ୍ତ ବେପାରୀ ଗିରଫ, ଜଣେ ଫେରାର

ଏମ.ରାମପୁର: ଜଣେ ହାତୀ ଦାନ୍ତ ବେପାରୀ କୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ଜିଲ୍ଲା ଏମ.ରାମପୁର ବନ ବିଭାଗ। ଗିରଫ ଅଭିଯୁକ୍ତ ଜଣକ କଟକ ଜିଲ୍ଲା ଦୁର୍ଗା ପ୍ରସାଦ ଗାଁର ଗୋପବନ୍ଧୁ ମହାଲିକ ଓରଫ୍ ବାବୁଲି ବୋଲି ଜଣାପଡିଛି।  ବାବୁଲି ଏମ.ରାମପୁର ନିକଟସ୍ଥ ମଟୋଗଣ୍ଡା ଗାଁରେ ଥିବା ଏକ କାବାଡି ଗୋଦାମରେ ରହୁଥିବା ବିଶେଷ ସୂତ୍ରରୁ ଖବରପାଇ ବନ ବିଭାଗର ଏକ ଟିମ୍ ଚଢ଼ାଉ କରିଥିଲା। ସେଠାରୁ ବାବୁଲିକୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ତାର ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଛି। ବାବୁଲି ନାଁରେ ରାଜ୍ୟର ବିଭିନ୍ନ ରେଞ୍ଜରେ ଏକାଧିକ ମାମଲା ରହିଛି। ସେ ବିଭିନ୍ନ ସମୟରେ ହାତୀ ଶିକାର ସହିତ ହାତୀ ଦାନ୍ତ ବେପାରରେ ସାମିଲ ରହୁଥିଲା। ୨୦୨୧ମସିହାରେ ଆଠଗଡ ବନ ବିଭାଗ ଦ୍ବାରା ଗିରଫ ହୋଇ ଜେଲ ରୁ ଫେରି ପୁଣି ବେପାର କରୁଥିବା ବନ ବିଭାଗ ସୂଚନା ଦେଇଛି। ସେ ୫ବର୍ଷ ହେଲା ବନ ବିଭାଗ ସ୍କାନରରେ ଥିବା ବେଳେ ଚତୁରତାର ସହ ଚକମା ଦେଖାଇ ଫେରାର ହେବାରେ ସଫଳ ହେଉଥିଲା। ଏମ.ରାମପୁର ବନ ବିଭାଗ ତାକୁ ଗିରଫ କରିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories