www.samajalive.in
Sunday, December 14, 2025
23.1 C
Bhubaneswar

ମାର୍ଚ୍ଚ ୧୦ ସୁଦ୍ଧା କିଟ୍‌ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ଏନ୍‌ଏଚ୍‌ଆର୍‌ସିଆଇର ନିର୍ଦେଶ

ଭୁବନେଶ୍ଵର : ଭୁବନେଶ୍ୱର ସ୍ଥିତ କିଟ୍‌‌ ବିଶ୍ୱବିଦ୍ୟାଳୟ ପରିସରରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଲଙ୍କ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବାଧିକାର ଆୟୋଗ। ଘଟଣାର ସବିଶେଷ ତଦନ୍ତ ପାଇଁ ଏକ ଟିମ ଗଠନ ଲାଗି ଆୟୋଗ ନିଜ ଅଧୀନସ୍ଥ ତଦନ୍ତ ମୁଖ୍ୟ ଅନୁସନ୍ଧାନ ବିଭାଗ ପୁଲିସ ମହାନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି। ତିନି ଜଣିଆ ତଦନ୍ତକାରୀ ଦଳରେ ଆୟୋଗଙ୍କ ତଦନ୍ତ ବିଭାଗର ଦୁଇ ଜଣ ଏସ୍‌ଏସ୍‌ପି ପାହ୍ୟାର ଅଧିକାରୀ ଏବଂ ଜଣେ ଆଇନ ବିଭାଗର ଅଧିକାରୀ ସଦସ୍ୟ ରହିବେ। ଖୁବ୍‌‌ଶୀଘ୍ର ତଦନ୍ତକାରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରି କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ଘଟିଲା ଏବଂ ପରବର୍ତ୍ତୀ ସମୟରେ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି କିଟ୍‌‌ କର୍ତ୍ତୁପକ୍ଷଙ୍କ ର୍ଦୁବ୍ୟବହାର ବିଷୟରେ ତଦନ୍ତ କରିବେ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୧୦ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ଲାଗି ଆୟୋଗଙ୍କ ଆଦେଶନାମାରେ ଉଲ୍ଲେଖ ରହିଛି। କଳିଙ୍ଗ ରାଇଟସ ଫୋରମର ଅଭିଯୋଗ ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଆୟୋଗର ସଦସ୍ୟ ପିୟଙ୍କ କାନୁନଗୋ କହିଛନ୍ତି। ଘଟଣାକ୍ରମ ଅତ୍ୟନ୍ତ ଗୁରୁତର ଏବଂ ନିନ୍ଦନୀୟ। ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଏବଂ କିଟ୍‌‌ ବିଶ୍ୱବିଦ୍ୟାଳୟ ପରିସରରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯିବା ତଥା ସେମାନଙ୍କୁ ବିଶ୍ୱବିଦ୍ୟାଳୟ ପରିସରରୁ ବାହାର କରିଦିଆଯିବା ଯୋଗୁଁଁ ବିଶ୍ୱ ଦରବାରରେ ଭାରତର ଛବି ମଳିନ ହୋଇଛି ବୋଲି ଶ୍ରୀ କାନୁନଗୋ କହିଛନ୍ତି। କଳିଙ୍ଗ ରାଇଟସ ଫୋରମ ତରଫରୁ ଛାତ୍ରୀଙ୍କ ଆତ୍ମହତ୍ୟା ଏବଂ ଏହି ଘଟଣାରେ କର୍ତ୍ତୁପକ୍ଷଙ୍କ ବିରୋଧରେ ସ୍ୱର ଉଠାଇଥିବା ନେପାଳୀ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ପରିସରରୁ ମାଡ଼ ମାରି ବହିଷ୍କାର କରାଯାଇଥିବା ବିଷୟରେ ଅଭିଯୋଗ ହୋଇଥିଲା। କଳିଙ୍ଗ ଇନ୍‌‌ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସରେ ନାବାଳକ ଓ ନାବାଳିକାଙ୍କୁ ରଖିବା ନେଇ ଶିଶୁ କଲ୍ୟାଣ ସମିତି ମଧ୍ୟ ପ୍ରଶ୍ନ ଉଠାଇଥିବା ବିଷୟରେ ଅଭିଯୋଗକାରୀ ସଂସ୍ଥା ଜଣାଇଥିଲେ। ବିକଶିତ ଭାରତ ଲକ୍ଷ୍ୟ ନେଇ ଆମେ ଆଗକୁ ବଢ଼଼ୁଛୁ। ବିଶ୍ୱର ବିଭିନ୍ନ ଦେଶର ଛାତ୍ରଛାତ୍ରୀ ଭାରତକୁ ଆସି ପାଠପଢ଼଼ନ୍ତୁ ଏବଂ ଏଠାର ଜ୍ଞାନ ପରମ୍ପରାର ଲାଭ ଉଠାନ୍ତୁ, ଆମର ଇଚ୍ଛା ରହିଛି। ଏଭଳି ପରିସ୍ଥିତିରେ ଜଣେ ବିଦେଶୀ ଛାତ୍ରୀର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟୁଛି ଏବଂ ନେପାଳୀ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରି ମାଡ଼ ମାରିବା ସହ ବିଶ୍ୱବିଦ୍ୟାଳୟରୁ ବାହାର କରିଦିଆଯାଉଛି। ଏହି ଘଟଣାରେ ଦୋଷୀଙ୍କୁ ଦଣ୍ଡ ମିଳିବା ନିମନ୍ତେ ଆୟୋଗ ତଦନ୍ତକାରୀ ଦଳ ଗଠନ କରିଛନ୍ତି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ କାନୁନଗୋ କହିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories