www.samajalive.in
Saturday, December 13, 2025
26.1 C
Bhubaneswar

ଝିଅ ହେବାର ଆଶଙ୍କା କରି ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ

କାମାକ୍ଷାନଗର: କାମାକ୍ଷାନଗର ଥାନା ବିଜାଡିହ ଗ୍ରାମରେ ଝିଅ ହେବାର ଆଶଙ୍କା କରି ଜଣେ ୬ ମାସର ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବାର ସୋମବାର ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ବିଜାଡିହ ଗାଁର ତନୁ ରାଉତ। ତନୁ ୬ ମାସ ହେବ ଗର୍ଭବତୀ ଥିବା ଜଣାପଡିଛି। ତେବେ ତାଙ୍କର ପୂର୍ବରୁ ଏକ ୪ ବର୍ଷର ଶିଶୁ କନ୍ୟା ମଧ୍ୟ ରହିଛି । ପୁନଶ୍ଚ ଝିଅ ହେବାର ଆଶଙ୍କା କରି ତନୁଙ୍କ ସ୍ୱାମୀ ରାଜେଶ ରାଉତ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ ଏବଂ ତାଙ୍କୁ ଆଜି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତନୁଙ୍କ ବାପା ପରଜଙ୍ଗ ଥାନା ବସୁଲେଇ ଗାଁର ନିତ୍ୟାନନ୍ଦ ଭୁତିଆ ୨୦୧୮ ମସିହାରେ ଝିଅକୁ ବିଜାଡ଼ିହ ଗ୍ରାମର ରାଜେଶଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛି ମାସ ପାରିବାରିକ ଜୀବନ ଠିକ ଠାକ ଚାଲିଥିଲା। ପ୍ରଥମେ ତନୁଙ୍କର ଏକ ଝିଅ ଜନ୍ମ ହୋଇଥିଲା। ଚାରିବର୍ଷ ପରେ ତନୁ ପୁନଶ୍ଚ ଗର୍ଭବତୀ ପରେ ଝିଅ ହେବାର ଆଶଙ୍କା କରି ସ୍ୱାମୀ ରାଜେଶ ନିର୍ଯାତନା  ଦେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପରିବାର ଲୋକେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ପୁଲିସ ତନାଘନା ତଦନ୍ତ ଆରମ୍ଭ କରିଛି। ସେପଟେ ତନୁଙ୍କ ସ୍ୱାମୀ ରାଜେଶ ଫେରାର ଥିବା ଜଣା ପଡିଛି।

୧୦୦ ବର୍ଷ ପରେ ସୂର୍ଯ୍ୟ ଗ୍ରହଣ ଓ ଶନି ଚଳନ ସହ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ବଡ ପରିବର୍ତ୍ତନ..

- Advertisement -

https://samajalive.in/scientists-discover-amazing-smartwatch-instantly-recognize-the-risk-of-cardiac-arrest/642176.html

ଦେଖନ୍ତୁ ଭିଡିଓ ; ରିଲ୍ସ କରୁଥିଲେ ମହିଳା, ଓଢଣୀରେ ଲାଗିଲା ନିଆଁ, ଆଉ ତା’ପରେ..

ଛି ଛି ଛି.. ଭିଡିଓ ଦେଖି ଲୋକେ କହିଲେ,ନଳା ପାଣିରେ ପରିବା ଧୋଉଥିଲେ ଦୋକାନୀ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories