www.samajalive.in
Sunday, December 14, 2025
26.1 C
Bhubaneswar

ଓଏଏସ୍ ସ୍ତରରେ ବଦଳି: ଶ୍ଵେତ କୁମାର ଦାଶ, ସିଡିଏ ସଚିବ

ଭୁବନେଶ୍ଵର: ଓଏଏସ୍ ଅଧିକାରୀସ୍ତରରେ ବଡଧରଣର ଅଦଳବଦଳ ହୋଇଛି। ମୋଟ୍ ୨୨ ଅଧିକାରୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ କଟକ ଉନ୍ନୟନ କର୍ତ୍ତୃପକ୍ଷ ସଚିବ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସ୍ଥାନରେ ରାଜ୍ୟ ନିର୍ବାଚନ ଆୟୋଗର ପୂର୍ବତନ ଯୁଗ୍ମ ସମ୍ପାଦକ ଶ୍ଵେତ କୁମାର ଦାସଙ୍କୁ ସିଡିଏ ସଚିବ ଭାବରେ ଅବସ୍ଥାପିତ କରାଯାଇଛି। ସେହିପରି ଓଏଏସ୍ ପ୍ରବୀର କୁମାର ନାୟକ ଗଜପତି ଏଡିଏମ୍ ଭାବେ ନିଯୁକ୍ତି ପାଇଛନ୍ତି। ରାଜସ୍ଵ ପରିଷଦର ଅତିରିକ୍ତ ସଚିବ ସରୋଜ କୁମାର ସାହୁଙ୍କୁ ଅତିରିକ୍ତ ଏସଆରସି ଭାବେ ଦାୟିତ୍ଵ ମିଳିଛି। ସୂଚାରୁ କୁମାର ବଳ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବ , ବିଶ୍ଵରଞ୍ଜନ ନାୟକ ଝାରସୁଗୁଡା ଜିଲ୍ଲା ପରିଷଦ ସିଡିଓ-କମ୍-ଇଓ , ନିଲୁ ମହାପାତ୍ର ପୁରୀ ଏଡିଏମ୍ ଭାବେ ନିଯୁକ୍ତ ହୋଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories