www.samajalive.in
Monday, December 8, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ: ଲାଇଭ ଶୋ’ରେ ଆଇଆଇଟି ବାବାଙ୍କ ହଙ୍ଗାମା, ଧର୍ମଗୁରୁଙ୍କ ଉପରକୁ ଫିଙ୍ଗିଲେ ଚା’

ସମାଜ ଡିଜିଟାଲ ଡେସ୍କ: ଆଇଆଇଟି ବାବା ଅଭୟ ସିଂହଙ୍କ ଆଉ ଏକ କାରନାମା ସାମ୍ନାକୁ ଆସିଛି। ଜାତୀୟ ସ୍ତରର ଏକ ଖବର ସରବରାହ ସଂସ୍ଥାରେ ଲାଇଭ ଶୋ’ ସମୟରେ ବାବା ହଙ୍ଗାମା କରିଥିବା ଦେଖିବାକୁ ମିଳିଛି। ଏପରି କି ତାଙ୍କୁ ଶାନ୍ତ ରହିବାକୁ ବୁଝାଉଥିବା ଜଣେ ଧର୍ମଗୁରୁଙ୍କ ଉପରକୁ ବାବା ଗରମ ଚା’ ଫିଙ୍ଗିଛନ୍ତି। ବାବାଙ୍କ କାରନାମାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ଅନ୍ୟପଟେ ବାବା ଅଭିଯୋଗ କରିଛନ୍ତି ଯେ, ଲାଇଭ ଶୋ’ରେ ତାଙ୍କୁ ଦୁର୍ବ୍ୟବହାର କରାଯିବା ସହିତ ବାଡ଼ିରେ ପିଟାଯାଇଛି। କିନ୍ତୁ ପ୍ରଘଟ ଭିଡିଓରେ ସେପରି କୌଣସି ଦୃଶ୍ୟ ଦେଖିବାକୁ ମିଳିନାହିଁ। ବାବା ଉକ୍ତ ଚ୍ୟାନେଲ ବନ୍ଦ କରିଦେବାକୁ ମଧ୍ୟ ଧମକ ଦେଇଛନ୍ତି।

ଏରୋସ୍ପେସ ଇଞ୍ଜିନିୟରରୁ ସାଧୁ ପାଲଟିଥିବା ଅଭୟ ସିଂହ ମହାକୁମ୍ଭ ସମୟରେ ଚର୍ଚ୍ଚାକୁ ଆସିଥିଲେ। ମୁମ୍ବାଇ ଆଇଆଇଟିରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଅଭୟଙ୍କ ସାଧୁ ଜୀବନ ବେଶ ଚର୍ଚ୍ଚାକୁ ଆସିଥିଲା। ସାମାଜିକ ଗଣମାଧ୍ୟମରେ ସେ ଚର୍ଚ୍ଚାରେ ରହିଥିଲେ। କିନ୍ତୁ ଚମ୍ପିଆନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବାପା ଦେଇଥିବା ଭବିଷ୍ୟବାଣୀ ଫେଲ ମାରିବା ପରେ ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଇଥିଲା। ଉକ୍ତ ମ୍ୟାଚରେ ପାକିସ୍ତାନ ବିଜୟ ଲାଭ କରିବ ବୋଲି ବାବା ଜୋର ଦେଇ କହିଥିଲେ। କିନ୍ତୁ ଭାରତ ଜିତିବା ପରେ ଅନେକେ ତାଙ୍କୁ ଭଣ୍ଡ ବାବା ବୋଲି କହିଥିଲେ।

- Advertisement -

ଗତ ଶୁକ୍ରବାର ତାଙ୍କୁ ଏକ ଖବର ସରବରାହ ସଂସ୍ଥା ପକ୍ଷରୁ ଲାଇଭ ଶୋ’କୁ ଡକାଯାଇଥିଲା। ଯେଉଁଠି କିଛି ଗେରୁଆ ବସ୍ତ୍ରଧାରୀ ସାଧୁଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବାବା ଅଧାରୁ ଶୋ’ ଛାଡ଼ି ଚାଲିଯିବାକୁ ବାହାରିଥିଲେ। ଜଣେ ଧର୍ମଗୁରୁ ବାବାଙ୍କୁ ବୁଝାଇବାରୁ ତାଙ୍କ ଉପରକୁ ସେ ଚା’ ଫିଙ୍ଗିଥିଲେ। କିନ୍ତୁ ଅନ୍ୟପଟେ ଥାନାକୁ ଯାଇ ତାଙ୍କୁ ଲାଇଭ ଶୋ’ରେ ମାଡ଼ ମରାଯାଇଥିବା ଅଭିଯୋଗ କରିଛନ୍ତି ବାବା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories