www.samajalive.in
Sunday, December 14, 2025
26.1 C
Bhubaneswar

ଶିବରାତ୍ରୀରେ ସ୍ୱପ୍ନାଦେଶ ପରେ ଠାବ ହେଲା ଶିବଲିଙ୍ଗ ; ଦେଖିବା ପାଇଁ ଭକ୍ତଙ୍କ ଭିଡ଼

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ନିକଟସ୍ଥ ଟୁରିଗୁଡା ଗାଁ ନିକଟରେ ଥିବା ନଦୀରେ ବୁଧବାର ଶିବରାତ୍ରି ଦିନ ଏକ ବିରାଟ ଶିବଲିଙ୍ଗର ଆବିର୍ଭାବ ହୋଇଥିବା ଦେଖିବାକୁ ମିଳିଛି। ଏହାପରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି।
ସୂଚନାନୁସାରେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୁ ବେନଗାଁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଗଲା ପରେ କାଣ୍ଡଗୁଡା ଗାଁ ଠାରୁ ଦୁଇ କିମି ଦୂର ଦକ୍ଷିଣରେ ରହିଛି ଟୁରିଗୁଡା ଗାଁ। ଗାଁ ନିକଟରେ ଥିବା ବିଶାଳ ଆକାର ଶିବଲିଙ୍ଗ ସଦୃଶ୍ୟ ଧାନ କୁପା ପାହାଡ଼ର ପାଦ ଦେଶରେ ଥିବା ରାଣୀ ଚୁଆଁ ନଦୀରେ ବୁଧବାର ଶିବରାତ୍ରି ଦିନ ଏକ ବିରାଟ ଶିବଲିଙ୍ଗର ଆବିର୍ଭାବ ହୋଇଥିବା ଦେଖିବାକୁ ମିଳିଛି। ଯୁବ ସମାଜସେବୀ ବିନୋଦ ଗୌଡ଼ଙ୍କ କହିବା ଅନୁସାରେ ବୁଧବାର ବଡି ଭୋରରୁ ଏକ ସ୍ବପ୍ନ ଦେଖିଥିଲେ ଯେ, ନିୟମଗିରି ପାହାଡର ପାଦ ଦେଶରେ ଥିବା ରାହୁଳ ଝିମିରି ଘଞ୍ଚ ଜଙ୍ଗଲରେ ଏକ ବିରାଟକାୟ ଶିବଲିଙ୍ଗ ଭଳି ଦେଖାଯାଉଥିବା ଏକ ପାହାଡ ନିକଟରେ ଥିବା ନଦୀରେ ଏକ ଶିବଲିଙ୍ଗ ଅଛି ଏବଂ ପାହାଡ ଉପରୁ କେହି ଜଣେ ଆଦେଶ ଦେଉଛି ଶୀଘ୍ର ପୂଜା କରିବା ପାଇଁ ଓ ଏହା ପରେ ବିନୋଦ ସକାଳୁ ନିତ୍ୟକର୍ମ ସାରିବା ପରେ ଗ୍ରାମର କିଛି ବ୍ୟକ୍ତିଙ୍କୁ ନେଇ ସେହି ଜାଗାର ସନ୍ଧାନରେ ବାହାରି ଥିଲେ। ସେହି ପାହାଡ ପାଖରେ ପହଞ୍ଚିଲା ପରେ ପାହାଡ ନିକଟବର୍ତ୍ତୀ ଅଞ୍ଚଳରେ ତଦନ୍ତ କରିଥିଲେ। କିଛି ସମୟ ଖୋଜାଖୋଜି କରିବା ପରେ ନିକଟରେ ଥିବା ରାଣୀ ଚୁଆଁ ନଦୀକୂଳରେ ଡାଳପତ୍ର ଢାଙ୍କି ହୋଇ ଏକ ବିରାଟ ଶିବଲିଙ୍ଗ ସଦୃଶ୍ୟ ଆକୃତିର ପଥର ଥିବା ଠାବ କରିଥିଲେ। ଏହି ଖବର ଧୀରେ ଧୀରେ ଅଞ୍ଚଳରେ ଚହଳ ସୃଷ୍ଟି କରିବା ପରେ ବର୍ତ୍ତମାନ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।

ମହାଶିବରାତ୍ରୀରେ ମହାଭାଗ୍ୟୋଦୟ: ସବୁ ଗ୍ରହ ହେବେ ନତମସ୍ତକ ,ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ଚିନ୍ତା, ମିଳିବ ସଫଳତା.. 

- Advertisement -

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories