www.samajalive.in
Monday, December 8, 2025
27.1 C
Bhubaneswar

କନ୍ଧମାଳର ଯୁବ ଗବେଷକ ମୌସମଙ୍କୁ ୟୁରୋପିଆନ ୟୁନିଅନର ସମ୍ମାନଜନକ ଫେଲୋସିପ୍

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଯୁବ ଗବେଷକ ମୌସମ ଚରଣ ସାହୁ(୩୦)ଙ୍କୁ ମିଳିଛି ୟୁରୋପିଆନ ୟୁନିଅନ ପ୍ରଦତ୍ତ ସମ୍ମାନଜନକ ମେରୀ ସ୍କୋଡୋଓ୍ବାସ୍କା କ୍ୟୁରୀ ଆକ୍ସନ(ଏମଏସସିଏ) ଫେଲୋସିପ। ଏହି ଫେଲୋସିପ ମାଧ୍ୟମରେ ତାଙ୍କୁ ଦୁଇ ବର୍ଷ ପାଇଁ ୧.୭ କୋଟି ଟଙ୍କା ବୃତ୍ତି ପ୍ରଦାନ କରାଯିବ, ଯାହାଦ୍ୱାରା ମୌସମ କୃତ୍ରିମ ବୁଦ୍ଧିମତା(ଏଆଇ) ଉପରେ ଉଚ୍ଚତର ଗବେଷଣା କରିବେ ବୋଲି ଜଣାଯାଇଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ମୌସମ କହିଛନ୍ତି, ବର୍ତ୍ତମାନ ଏଆଇ କେବଳ ସଫ୍ଟୱେର ଦ୍ବାରା ପରିଚାଳିତ ହେଉଛି। କିନ୍ତୁ ଏହାର ଭବିଷ୍ୟତ ଅତ୍ୟାଧୁନିକ କମ୍ପ୍ୟୁଟିଂ ଚିପସ ଉପରେ ନିର୍ଭର କରୁଛି। ମନୁଷ୍ୟ ମସ୍ତିଷ୍କର ଯଥାର୍ଥ ନକଲ ପାଇଁ ନ୍ୟୁରୋମର୍ଫିକ ଚିପସ ଏବଂ ହାର୍ଡୱେର ଆବଶ୍ୟକ। ତେଣୁ ଏ ଦିଗରେ ଗବେଷଣା କରି ଏଆଇକୁ ଅଧିକ ଦକ୍ଷ ଏବଂ ଗତିଶୀଳ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମୌସମ। ତାଙ୍କର ଏହି ଗବେଷଣା ଭାରତରେ ଏଆଇ ଉଦ୍ୟୋଗ ପାଇଁ ଏକ ନୂତନ ମାର୍ଗଦର୍ଶକ ହେବ ବୋଲି କୁହାଯାଇଛି। ଫୁଲବାଣୀ ରାମମନ୍ଦିର ନିକଟସ୍ଥ ନାରାୟଣୀ ସାହିର ବାପା ବିରଞ୍ଚି ସାହୁ ଜଣେ ବ୍ୟବସାୟୀ ଓ ମାଆ ଟୁନି ସାହୁ ଜଣେ ଗୃହିଣୀ ବୋଲି ସେ ପ୍ରକାଶ କରିଛନ୍ତି। ମୌସମ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିରରରୁ ମାଟ୍ରିକ ପାସ୍‌ କରି ଓୟୁଏଟିରେ ଯୁକ୍ତ ଦୁଇ ପଢିଥିଲେ। ପରେ ଫୁଲବାଣୀ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ଶେଷ କରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।

ଏହାପରେ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସରେ ପ୍ରଫେସର ସତ୍ୟ ପ୍ରକାଶ ସାହୁଙ୍କ ତତ୍ତ୍ୱାବଧାନରେ ନ୍ୟୁରୋମର୍ଫିକ କମ୍ପ୍ୟୁଟିଙ୍ଗରେ ନିଜର ପିଏଚଡି ହାସଲ କରିଥିଲେ। ଗତ ଏକ ବର୍ଷ ଧରି ସେ ସ୍ପେନର ମାଦ୍ରିଦ ବିଶ୍ବବିଦ୍ୟାଳୟରେ ଉଚ୍ଚତର ଗବେଷଣାରେ ନିୟୋଜିତ ଅଛନ୍ତି। ମୌସମଙ୍କ ଏହି ଗବେଷଣା ଭାରତକୁ ଏଆଇ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ସହିତ ସେମି କଣ୍ଡକ୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ବିଦେଶୀ ସଂସ୍ଥା ଉପରେ ନିର୍ଭରଶୀଳତା କମାଇବାରେ ସହାୟକ ହେବ ବୋଲି କୁହାଯାଉଛି। ତେବେ କନ୍ଧମାଳ ଭଳି ଏକ ପଛୁଆ ଜିଲ୍ଲାରୁ ଯାଇ ଏଭଳି କୃତିତ୍ବ ହାସଲ କରିବା ଏକ ବିରଳ ଦୃଷ୍ଟାନ୍ତ ବୋଲି ଆଲୋଚନା ହେଉଛି। ମୌସମଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories