www.samajalive.in
Sunday, December 7, 2025
26.1 C
Bhubaneswar

ତୀର୍ଥଯାତ୍ରାରେ ଗଲେ ୧୪୦ଜଣ ବରିଷ୍ଠ ନାଗରିକ

କେନ୍ଦୁଝରଗଡ଼: ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୪-୨୫ରେ ଜିଲାର ୧୪୦ଜଣ ନାଶିକ ଓ ଶିରିଡି ସାଇ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାନୁସାରେ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲାପାଳ ବିଶାଲ ସିଂହ, ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ ଓ ରବୀନ୍ଦ୍ର କୁମାର ପ୍ରଧାନ, ସହନିର୍ଦ୍ଦେଶକ ପର୍ଯ୍ୟଟନ କେନ୍ଦୁଝର ରମେଶ ଚନ୍ଦ୍ର ନାୟକ ପତାକା ଦେଖାଇ ତୀର୍ଥ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ତୀର୍ଥଯାତ୍ରାରେ ସାମିଲ ଜିଲାର ୧୪୦ଜଣ ବରିଷ୍ଠ ନାଗରିକଙ୍କ ଯାତ୍ରା ଆନନ୍ଦଦାୟକ ଓ ଶୁଭମୟ ହେଉ ବୋଲି ଅତିଥିଗଣ କାମନା କରିଥିଲେ। ଆର୍ଥିକ ଦୁର୍ବଳ ଶ୍ରେଣୀର ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରା ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ତୀର୍ଥଯାତ୍ରାରେ ସାମିଲ ବରିଷ୍ଠ ନାଗରିକଗଣ ଏହି ଅବସରରେ ଖୁସି ବ୍ୟକ୍ତ କରି କହିଛନ୍ତି। ବୁଧବାର ଅପରାହ୍ନରେ ୩ଟି ବସ୍‌‌ ଯୋଗେ ଏହି ବରିଷ୍ଠ ନାଗରିକ ସେମାନଙ୍କ ତୀର୍ଥଯାତ୍ରା ଆରମ୍ଭ କରି ବାଲେଶ୍ୱରରେ ପହଞ୍ଚି ରାତ୍ରୀକାଳିନ ବିଶ୍ରାମ କରିବେ।

ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭାସୀ ମାଧ୍ୟମରେ ତୀର୍ଥ ଯାତ୍ରାକୁ ଶୁଭାରମ୍ଭ କରିବାପରେ ଏକ ସ୍ୱତନ୍ତ୍ର ଟ୍ରେନରେ ଏହି ତୀର୍ଥଯାତ୍ରୀ ମାନେ ନାଶିକ ଓ ଶିରିଡି ସାଇ ଅଭିମୁଖେ ଯାତ୍ରା କରିବେ ଏବଂ ଯାତ୍ରା ସାରି ଆସନ୍ତା ୪ତାରିଖ ରାତିରେ କେନ୍ଦୁଝରଠାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ତୀର୍ଥ ଯାତ୍ରାରେ ସାମିଲ ବରିଷ୍ଠ ନାଗରିକଙ୍କ ସୁବ୍ୟବସ୍ଥା ପାଇଁ ସରକାରଙ୍କ ପକ୍ଷରୁ ବୀହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ୪ଜଣ ଏସକର୍ଟ ଅଫିସର ଏହି ତୀର୍ଥଯାତ୍ରାରେ ସାମିଲ ହୋଇ ବରିଷ୍ଠ ନାଗରିକଙ୍କୁ ସମସ୍ତ ପ୍ରକାର ସାହାର୍ଯ୍ୟ ଓ ସହଯୋଗ ଯୋଗାଇ ଦେବେ ବୋଲି କୁହାଯାଇଛି। ସରକାରଙ୍କ ଏହି ଯୋଜନାରେ ସାମିଲ ପାଇଁ ଜିଲାର ୬୫୬ଜଣ ବରିଷ୍ଠ ନାଗରିକ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୪୦ଜଣଙ୍କୁ ନାଶିକ ଓ ଶିରିଡି ସାଇ ଦର୍ଶନ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଆସନ୍ତା ଅପ୍ରେଲ ୧୬ରେ ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୧୪୦ଜଣଙ୍କୁ ଅଯୋଧ୍ୟା ଓ ବାରାଣସୀ ଦର୍ଶନ ସୁବିଧା ମିଳିବ ବୋଲି ସହନିର୍ଦ୍ଦେଶକ ପର୍ଯ୍ୟଟନ କେନ୍ଦୁଝର ଶ୍ରୀ ନାୟକ କହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories