ଶୁକ୍ରବାର ଯାଏଁ ମମତାଙ୍କ ଧାରଣା ଜାରି ରହିବ
କଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି, କୋଲକାତାର ପୁଲିସ କମିଶନରଙ୍କୁ ପଚରାଉଚରା ପାଇଁ ସିବିଆଇ କରିଥିବା ଉଦ୍ୟମ ବିରୋଧରେ ତାଙ୍କ ଧାରଣା ଶୁକ୍ରବାର ଯାଏଁ ଜାରି ରହିବ । ଇତି ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ଏବଂ ଡିଏମକେ ସାଂସଦ କନିମୋଝୀ ମଧ୍ୟ ମମତାଙ୍କ ଧାରଣାସ୍ଥଳରେ ପହଞ୍ଚି ତାଙ୍କୁ ସମର୍ଥନ କରିଛନ୍ତି। ସମାଜବାଦୀ ପାର୍ଟି ନେତା କିରଣମୟ ନନ୍ଦା ମଧ୍ୟ ପ୍ରଦର୍ଶନସ୍ଥଳରେ ପହଂଚିଛନ୍ତି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସେଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।
ରବିବାର ରାତି ଠାରୁ ଏସପ୍ଲାନେଡ ଅଂଚଳରେ ମେଟ୍ରୋ ଚେନାଲରେ ମମତା ଧାରଣାରେ ବସିଛନ୍ତି । ସେ କହିଛନ୍ତି, ଏହି ପ୍ରଦର୍ଶନ ଶୁକ୍ରବାର ଯାଏଁ ଜାରି ରହିବ ।
ଏନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ ମମତା ଦିଦିଙ୍କ ଧାରଣା ଜାରି ରହିଛି।