www.samajalive.in
Thursday, December 11, 2025
26.1 C
Bhubaneswar

ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା: ମାଟ୍ରନ୍‌ ବହିଷ୍କୃତ, ଏଏନ୍‌ଏମ୍‌ ଓ ପ୍ରଧାନ ଶିକ୍ଷକ ନିଲମ୍ବିତ

ମାଲକାନଗିରି : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସରକାରୀ ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସରେ ଦଶମ ଶ୍ରେଣୀର ଛାତ୍ରୀ ପ୍ରସବ ଘଟଣାରେ ଜିଲା ପ୍ରଶାସନ ଦ୍ୱାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ ଘଟଣାରେ ଛାତ୍ରୀନିବାସର ମହିଳା ମାଟ୍ରନ୍‌ ସୁଚିତ୍ରା ଚର୍ଚ୍ଚିଙ୍କୁ ତୁରନ୍ତ ତାଙ୍କ ପଦରୁ ବହିଷ୍କାର କରାଯାଇଛି। ସେହିପରି ଏଏନ୍‌ଏମ୍‌ କବିତା କୁମାରୀ ପାତ୍ର ଏବଂ ପ୍ରଧାନଶିକ୍ଷକ ଅଜିତକୁମାର ମାଡ଼କାମୀଙ୍କୁ ନିଲମ୍ବନ କରାଯାଇଛି। ଦଶମ ଶ୍ରେଣୀର ଛାତ୍ରୀ ଛାତ୍ରୀନିବାସରେ ଗର୍ଭବତୀ ଥିବା କଥା କିପରି କେହି ଜାଣି ପାରିଲେନି। ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଅନ୍ୟପକ୍ଷରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସଦରରେ ଥିବା ଆବାସିକ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗତକାଲି ରାତିରେ ବିଦ୍ୟାଳୟ ପରିସରରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଆଜି ମାଲକାନଗିରି ଜିଲାପାଳ ଆଶିଷ ଈଶ୍ବର ପାଟିଲ ଏହାର ତଦନ୍ତ ନିର୍ଦେଶ ଜିଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀନିବାସ ଆଚାରୀଙ୍କୁ ଦେଇଥିଲେ। ଜିଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ଚିତ୍ରକୋଣ୍ଡା ବିଡ଼ିଓ ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଛନ୍ତି। ତଦନ୍ତ ରିପୋର୍ଟ ସେମାନେ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଜିଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କହିଛନ୍ତି ଯେ, ଚିତ୍ରକୋଣ୍ଡା ଥାନା ପକ୍ଷରୁ ତଦନ୍ତ କରାଯାଇ ଜଣଙ୍କୁ ଅଟକ ରଖାଯାଇଛି। ଅଧିକ ତଦନ୍ତ ଜାରି ରହିଛି। ଝିଅର ବାପାଙ୍କ କହିବା ଅନୁଯାୟୀ ବିଦ୍ୟାଳୟ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ତାଙ୍କ ଝିଅ ଗର୍ଭବତୀ କିପରି ହେଲେ। ସେମାନେ ଯଦି କେବେ ଝିଅକୁ ଦେଖା କରିବାକୁ କିମ୍ବା ଘରକୁ ଡାକି ନେବା ପାଇଁ ଆସନ୍ତି ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ଆଳ ଦେଖାଇଥାନ୍ତି। ଝିଅ ଗର୍ଭବତୀ ସଂପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ଜାଣି ପାରିଲେନି ବୋଲି ପ୍ରଶ୍ନ ଉଠାଇଛନ୍ତି। ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ କୁମାର ମାଡ଼କାମୀ ନିଜ ମୁଣ୍ଡରୁ ଦୋଷ ଛଡାଇ ୱାଡେନ୍ ଓ ଏଏନ୍‌ଏମ୍‌ଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଦାୟୀ କରିଛନ୍ତି। ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଏହି ବିଷୟରେ ଜାଣିବା ପରେ ବିଦ୍ୟାଳୟରେ ପହଞ୍ଚି ସମସ୍ତ ବିଷୟରେ ତଦନ୍ତ କରିବା ପରେ ଜିଲାପାଳଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି। ଏହି କଥାକୁ ବିଧାନସଭାରେ ଉପସ୍ଥାପନା କରିବେ ବୋଲି ବିଧାୟକ ମତ ରଖିଛନ୍ତି। ମାଲକାନଗିରି ଜିଲାରେ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ବଢ଼ିଚାଲିଛି। ଗତ କିଛିଦିନ ପୂର୍ବେ ଜିଲାର ଏମ୍‌ଭି ୭୨ ବିଦ୍ୟାଳୟର ଦୁଇ ଛାତ୍ରୀ ନିଖୋଜ ଓ ଦୁଇ ଦିନ ପରେ ସେମାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଗମ୍ଫାକୋଣ୍ଡା ବିଦ୍ୟାଳୟର ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ଓର୍କଲେ ଥାନାଞ୍ଚଳରେ ମଧ୍ୟ ଜଣେ ଛାତ୍ରୀ ଆତ୍ମହତ୍ୟା ଭଳି ଅନେକ ଘଟଣା ଜିଲାରେ ଛାତ୍ରଛାତ୍ରୀ ସୁରକ୍ଷିତ ନ ଥିବା କଥାକୁ ଦର୍ଶାଉଥିବା ମତପ୍ରକାଶ ପାଇଛି।

Hot this week

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

Related Articles

Popular Categories