ଭବାନୀପାଟଣା: ମହାଶିବରାତ୍ରୀ ଉପଲକ୍ଷେ ବୁଧବାର ଭୋରରୁ କଳାହାଣ୍ଡିର ବିଭିନ୍ନ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଜିଲ୍ଲାର ପ୍ରସିଦ୍ଧ ବେଲଖଣ୍ଡି ଶୈବପୀଠ ସମେତ ଜଳେଶ୍ୱର ଶିବ ମନ୍ଦିର, ଗୁର୍ଜୀମୁଣ୍ଡା ଯୋଗମାୟା ପାତାଳେଶ୍ୱର ପୀଠ, ମୋହନଗିରି, ଚୁରା ପାହାଡ, ଡଙ୍ଗରମୁରଲୀ, କୋକସରାର କାଳେଶ୍ୱର ମହାଦେବ, ଧର୍ମଗଡ଼ର ପାରଦେଶ୍ୱର ମନ୍ଦିରରେ ଆଜି ଅଷ୍ଟଶମ୍ଭୁ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ୱା ଧାଡ଼ି ଦେଖିବାକୁ ମିଳିଛି। ଗୁର୍ଜୀମୁଣ୍ଡା ଯୋଗମାୟା ପାତାଳେଶ୍ୱର ପୀଠରେ ତ୍ରୟ ଦିନାତ୍ମକ ରୁଦ୍ର ଯଜ୍ଞ ଆରମ୍ଭ ହୋଇଛି।
Popular Categories



