ମାର୍ଚ୍ଚ ୮, ୯ରେ ପୁଲିସ ଏସଆଇ ପରୀକ୍ଷା

ଭୁବନେଶ୍ବର : ମାର୍ଚ୍ଚ ୮, ୯ରେ ପୁଲିସ ଏସଆଇ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ସୂଚନା ଜାରି ହୋଇଛି । ମୋଟ ୯୩୩ ପଦବୀ ପାଇଁ ପରୀକ୍ଷା ହେବ । ଏସଆଇ ରାଙ୍କର ଅନ୍ୟ ସବୁ ପଦବୀ ପାଇଁ ମଧ୍ୟ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି । ବିଭିନ୍ନ ଜିଲ୍ଲା କେନ୍ଦ୍ରରେ ଓଏମଆର ସିଟ୍ରେ ପରୀକ୍ଷା ହେବ । ପରୀକ୍ଷାର୍ଥୀ ଓଡ଼ିଶା ପୁଲିସ ୱେବସାଇଟ୍ରୁ ଆଡମିଟ୍ କାର୍ଡ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଏହି ପରୀକ୍ଷା ପରିଚାଳନା କରିବ ।
Comments are closed.