www.samajalive.in
Saturday, December 6, 2025
17.1 C
Bhubaneswar

ମହାକାଶର ମଜାଳିଆ ଭିଡିଓ ଶେୟାର କଲେ ନାସା ମହାକାଶଚାରୀ, ଦେଖାଇଲେ କେମିତି ପିନ୍ଧନ୍ତି ପ୍ୟାଣ୍ଟ

ସମାଜ ଡିଜିଟାଲ ଡେସ୍କ: ନାସାର ଜଣେ ମହାକାଶଚାରୀ ମହାକାଶର ଏକ ମଜାଳିଆ ଭିଡିଓ ଶେୟାର କରିଛନ୍ତି। ଫେବୃଆରୀ ୨୧ରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ନାସାର କେମିକାଲ ଇଞ୍ଜିନିୟର ଡନ୍ ପେଟିଟ୍ ଦେଖାଇଛନ୍ତି ଯେ, ସେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ନିଜ ପ୍ୟାଣ୍ଟ କିପରି ପିନ୍ଧନ୍ତି। ଭିଡିଓରେ ପେଟିଟ୍ ତାଙ୍କ ଭାସମାନ ଟ୍ରାଉଜରକୁ ଏକ ମଜାଳିଆ ଢଙ୍ଗରେ ପିନ୍ଧୁଥିବା ଦେଖିବାକୁ ମିଳିଛି।


ପେଟିଟ୍‌ ଭିଡିଓ କ୍ୟାପ୍ସନରେ ଲେଖିଛନ୍ତି, ‘‘ଏକ ସମୟରେ ଦୁଇ ଗୋଡ଼।’’ ଭିଡିଓରେ ଦେଖାଯାଉଛି ଯେ, ସ୍ପେସ୍‌ ଷ୍ଟେସନରେ ପେଟିଟ୍‌ଙ୍କ ଟ୍ରାଉଜର ଭାସମାନ ଅବସ୍ଥାରେ ରହିଛି ଏବଂ ସେ ଉପରୁ ଓହ୍ଲାଇ ଏକସଙ୍ଗେ ଦୁଇ ଗୋଡ଼ ପ୍ୟାଣ୍ଟରେ ଭର୍ତ୍ତି କରୁଛନ୍ତି। ଏହି ଭିଡିଓଟି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି, ଯାହା ମହାକାଶରେ ଘଟୁଥିବା କୌତୁହଳପୂର୍ଣ୍ଣ ଘଟଣାଗୁଡ଼ିକ ଦେଖିବାର ସୁଯୋଗ ଦେଇଛି। ଭିଡିଓ ଦେଖି ବହୁ ସଂଖ୍ୟକ ଲୋକ ଏଥିରେ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories