କୃଷକ ସମ୍ମାନ ଦିବସ ପାଳିତ

କେନ୍ଦୁଝରଗଡ : ସ୍ଥାନୀୟ ଅଡିଟୋରିୟମରେ କୃଷି ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ସୋମବାର ଅପରାହ୍ନରେ ଜିଲାସ୍ତରୀୟ କୃଷକ ସମ୍ମାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲାର ବିଭିନ୍ନ ସ୍ଥାନରୁ ୨୫୦ରୁ ଉର୍ଦ୍ଧ୍ୱ ଚାଷୀ ଯୋଗ ଦେଇଥିଲେ । ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର କେନ୍ଦୁଝର ଦ୍ୱାରା ପ୍ରାକୃତିକ କୃଷି ସମ୍ବନ୍ଧୀୟ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ପରେ ଆଭାସୀ ମାଧ୍ୟମରେ ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିର ୧୯ତମ କିସ୍ତି ବଣ୍ଟନର ସିଧା ପ୍ରସାରଣ କରାଯାଇଥିଲା । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟ କୃଷି ଅଧିକାରୀ ପର୍ଶୁରାମ ବେହେରା, କୃଷି ବିଜ୍ଞାନ କେନ୍ଦ୍ର କେନ୍ଦୁଝରର ମୁଖ୍ୟ ବୈଜ୍ଞାନିକ ଡ. ସୁକାନ୍ତ କୁମାର ସାହୁ, ଆଞ୍ଚଳିକ ଗବେଷଣା କେନ୍ଦ୍ର ମୁଖ୍ୟ ଡ଼ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଚାଷୀମାନଙ୍କୁ ସମ୍ବୋନ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା କୃଷକ ମୋର୍ଚ୍ଚା ସଭାପତି ଭାଗ୍ୟଧର ମହାନ୍ତ ଯୋଗଦେଇ ଚାଷୀମାନଙ୍କ ଉତ୍ସାହିତ କରିଥିଲେ ।
Comments are closed.