ପାଟଣାରେ ଜାଗର ମହୋତ୍ସବ ପ୍ରସ୍ତୁତି

ପାଟଣା : କେନ୍ଦୁଝର ଜିଲାର ଅନ୍ୟତମ ପ୍ରତିଷ୍ଠିତ ଶୈବ ପୀଠ ପାଟଣାର ଆନନ୍ଦେଶ୍ୱର ମହାଦେବଙ୍କ ଐତିହାସିକ ଜାଗର ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଛି। ଗତ ସନ୍ଧ୍ୟାରେ ପ୍ରାଚୀନ ଆନନ୍ଦେଶ୍ୱର ମନ୍ଦିର ପରିସରରେ ଅଜୟ କୁମାର ଦାଶଙ୍କ ସଭାପତିତ୍ୱରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ହୋଇଥିଲା। ବୈଠକରେ ସର୍ବଶ୍ରୀ ଅରୁଣ କୁମାର ମିଶ୍ର, ସନାତନ ଦାଶ, ଯୁଗଳ କିଶୋର ଦାଶ, ଲକ୍ଷ୍ମଣ କୁମାର ପତି, କମଳା କାନ୍ତ ପତି, ଲିପକ କୁମାର ସାହୁ, ଚିନ୍ମୟ କୁମାର ଦାଶ ଓ ଅନ୍ୟ ସମସ୍ତ ସଦସ୍ୟ ବୈଠକରେ ସାମିଲ ଥିଲେ। ୨୬ ତାରିଖ ଭୋର ୪ ଟାରୁ ମନ୍ଦିର ଦ୍ୱାର ଖୋଲିବା ଓ ରାତି ୧୦ଟା ରେ ମହାଦୀପ ଉଠାଯିବା ପାଇଁ ସୂଚନା ଦିଆଯାଇଛି। ୨୭ ସନ୍ଧ୍ୟାରୁ ଫେବୃଆରୀ ୨ ଯାଏଁ ପ୍ରତି ଅପରାହ୍ନରେ ଝୁମର ନୃତ୍ୟ, ନୃତ୍ୟ ସଙ୍ଗୀତ ପ୍ରତିଯୋଗିତା ,ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନାବଜାର ଚାଲିବ ବୋଲି କୁହାଯାଇଛି। ତେବେ ଚଳିତ ବର୍ଷ ଫେବୃଆରୀ ୩ ରୁ ୫ ଯାଏଁ ମୁକ୍ତ ମଞ୍ଚରେ ଯାତ୍ରା ପରିବେଷଣ ମଧ୍ୟ କରାଯିବ। କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ପାଟଣା ପୁଲିସ, ମହାବିଦ୍ୟାଳୟ ଏନସିସି ଓ ସ୍ବେଚ୍ଛାସେବୀ ମାନେ ସହଯୋଗ କରିବେ ବୋଲି ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.