www.samajalive.in
Sunday, December 14, 2025
15.1 C
Bhubaneswar

ମୋଟାପଣ ବିରୋଧୀ ଅଭିଯାନ: ଏହି କଳାକାରମାନଙ୍କୁ ହିଁ କାହିଁକି ବାଛିଲେ ମୋଦୀ?

ମୁମ୍ବଇ: ନିକଟରେ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ମୋଟାପଣ ବିରୋଧରେ ଏକ ଲମ୍ବା ଲଢେଇ ଲଢିବାକୁ ପଡ଼ିବ। ମେଦବହୁଳତା ବିରୋଧରେ ଲଢେଇକୁ ମଜଭୁତ କରିବା ଏବଂ ଖାଇବା ତେଲର ବ୍ୟବହାର କମ୍ କରିବା ପାଇଁ ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ୧୦ ଜଣ ବ୍ୟକ୍ତିତ୍ଵଙ୍କୁ ମଧ୍ୟ ମନୋନୀତ କରିଛନ୍ତି। ଏନେଇ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ମନୋରଞ୍ଜନ ଶିଳ୍ପରୁ ୪ ଜଣ ସାମିଲ ଅଛନ୍ତି। ଦକ୍ଷିଣ ଭାରତୀୟ ଅଭିନେତା ମୋହନଲାଲ, ଗାୟିକା ଶ୍ରେୟା ଘୋଷାଲ, ଭୋଜପୁରୀ କଳାକାର ନିରହୁଆ ଏବଂ ବଲିଉଡ଼ ଅଭିନେତା ଆର. ମାଧବନ ଏହି ୧୦ ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି। ତେବେ ଆସନ୍ତୁ ଜାଣିବା ଏହି କଳାକାରମାନଙ୍କୁ ହିଁ କାହିଁକି ବାଛିଲେ ପ୍ରଧାନମନ୍ତ୍ରୀ ମୋଦୀ।

ଅଭିନେତା ମୋହନଲାଲ, ଗାୟିକା ଶ୍ରେୟା ଘୋଷାଲ, ନିରହୁଆ ଓ ଆର. ମାଧବନ ନିଜ ନିଜ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ କଳାକାର। ଏମାନଙ୍କ ଚଳଚ୍ଚିତ୍ର ଓ ଗୀତକୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି। କଳାକାର ଭାବେ ଏମାନେ ସମସ୍ତେ ଉଚ୍ଚ ପ୍ରଶଂସିତ। ଏମାନଙ୍କ ସାମାଜିକ ଭାବମୂର୍ତ୍ତି ମଧ୍ୟ ବହୁତ ଭଲ। ତେଣୁ ଯଦି ଏମାନେ ମେଦବହୁଳତା ବିରୋଧରେ ଅଭିଯାନରେ ସାମିଲ ହୁଅନ୍ତି ତେବେ ସେମାନଙ୍କ କଥାକୁ ଦର୍ଶକ ଗୁରୁତ୍ୱ ଦେବେ।

- Advertisement -

ଏହି କଳାକାରମାନେ ସମୟ ସମୟରେ ସଚେତନତା କାର୍ଯ୍ୟକ୍ରମ ସହିତ ମଧ୍ୟ ଜଡ଼ିତ ରହିଛନ୍ତି। ଶ୍ରେୟା ଘୋଷାଲ ମହିଳାଙ୍କ ସମସ୍ୟା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ, ଆଡ୍‌ ଫିଲ୍ମ ସହ ଜଡ଼ିତ ଥିଲେ, ଏହି ଆଡ୍‌ ଫିଲ୍ମ ପାଇଁ ସେ ଗୀତ ଗାଇଛନ୍ତି। ସେହିପରି ମୋହନଲାଲ ମଧ୍ୟ ମଧୁମେହ ସଚେତନତା ଅଭିଯାନ ସହ ଜଡ଼ିତ। ଆର. ମାଧବନ କଳାକାର ଭାବେ ଦର୍ଶକଙ୍କ ମନୋରଞ୍ଜନ କରନ୍ତି। ଏଥିସହ ସେ ଭୂମିହୀନ ଲୋକଙ୍କ ସହ ଜଡ଼ିତ ଏକ ଅଭିଯାନରେ ସାମିଲ ହୋଇ କାମ କରିଛନ୍ତି। ସେ ପରିବେଶ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ବନ୍ଧୀୟ ଅଭିଯାନ ସହିତ ମଧ୍ୟ ଜଡ଼ିତ ଅଛନ୍ତି।

ସାମାଜିକ ଗଣମାଧ୍ୟମରେ ଏହି କଳାକାରମାନଙ୍କର ବହୁ ସଂଖ୍ୟକ ପ୍ରଶଂସକ ଓ ଅନୁଗାମୀ ଅଛନ୍ତି। ଯଦି ଏହି କଳାକାରମାନେ ସାମାଜିକ ଗଣମାଧ୍ୟମରେ କୌଣସି ଅଭିଯାନର ପ୍ରଚାର କରିବେ, ତେବେ ଏହା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ। ଇନଷ୍ଟାଗ୍ରାମରେ ମୋହନଲାଲଙ୍କର ୫୯ ଲକ୍ଷ, ନିରହୁଆଙ୍କର ୨୧ ଲକ୍ଷ ଓ ମାଧବନଙ୍କର ୫୦ ଲକ୍ଷ ଅନୁଗାମୀ ଅଛନ୍ତି। ସେହିପରି ଶ୍ରେୟା ଘୋଷାଲଙ୍କ ଇନଷ୍ଟ୍ରାଗ୍ରାମରେ ୩୨୦ ଲକ୍ଷ ଫଲୋୟର୍ସ ଅଛନ୍ତି।

ଏହା ବ୍ୟତୀତ ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା, ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଶୁଟିଂ ଚମ୍ପିଆନ୍‌ ମନୁ ଭାକର, ଭାରୋତ୍ତୋଳକ ମିରାବାଇ ଚାନୁ, ଇନଫୋସିସ୍ ସହ-ପ୍ରତିଷ୍ଠାତା ନନ୍ଦନ ନିଲେକାନି ଓ ସମାଜସେବୀ ତଥା ଏମ୍‌ପି ସୁଧା ମୂର୍ତ୍ତି ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ମେଦବହୁଳତା ବିରୋଧୀ ଅଭିଯାନର ପ୍ରଚାର ତଥା ଏନେଇ ଲୋକଙ୍କୁ ସଚେତନ କରିବାକୁ ପ୍ରଧାନମନ୍ତ୍ରୀ ମନୋନୀତ କରିଛନ୍ତି।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories