www.samajalive.in
Saturday, December 6, 2025
23.1 C
Bhubaneswar

ବରକୁ ହତ୍ୟା ପାଇଁ କିଏ ଦେଲା ସୁପାରୀ?

ବଲାଙ୍ଗୀର : ବରକୁ ହତ୍ୟା ଯୋଜନା ବେଳେ ମାଡିବସିଲେ ଗାଁ ଲୋକେ। ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଓଗାଁ ଥାନା ବାବେଜୁରି ଗାଁରେ ଘଟିଛି। ଗାଁରେ ବରକୁ ହତ୍ୟା କରିବାକୁ ଷଡଯନ୍ତ୍ର କରାଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବନ୍ଧୁକ ସହ ଖଣ୍ଡା ମଧ୍ୟ ଗାଁ ଲୋକେ ଜବତ କରିଛନ୍ତି । ଏହାସହ ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି ସ୍ଥାନୀୟଲୋକେ। କିଏ ଓ କାହିଁକି ହତ୍ୟା ପାଇଁ ଆସିଥିଲେ ସେନେଇ କୌଣସି ସ୍ପଷ୍ଟତା ମିଳି ନାହିଁ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ସୂଚନାନୁଯାୟୀ, ବରକୁ ହତ୍ୟା କରିବାକୁ ବରଯାତ୍ରୀ ଭାବେ ଆସିଥିଲେ। ଘଟଣାରେ ୭ ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସହ ୩ ଫେରାର ହୋଇ ଯାଇଛନ୍ତି । ପୂର୍ବ ଶତ୍ରୁତାରୁ ବରକୁ ମାରିବାକୁ ରବିବାର ରାତିରେ ବାଦୀଜୋରରୁ ଗାଈବାହାଲକୁ ବରଯାତ୍ରୀ ଭାବେ ଆସିଥିଲେ ବୋଲି ସନ୍ଦେହ କରାଯାଉଛି। ସେମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ କରି ଗାଁ ଲୋକେ ସେମାନଙ୍କୁ କାବୁ କରିବା ସହ ପୁଲିସକୁ ଖବର ଦେଇଥିଲେ।

ଖୁବ୍‌ ଖାସ୍‌ ଏବର୍ଷର ଶିବରାତ୍ରୀ: ୧୪୯ ବର୍ଷ ପରେ ତ୍ରିଗ୍ରହୀ ଯୋଗ, ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ, ରହିବନି ଚିନ୍ତା ..

ଦେଖନ୍ତୁ ଭିଡିଓ ; ବାସ୍‌ ସେହି ମୁହୂର୍ତ୍ତ, ପଡିଆରେ ବିରାଟଙ୍କ ଶତକ ପୂର୍ବରୁ ରୋହିତ ଦେଲେ ଏମିତି ଇସାରା

- Advertisement -

 

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories