www.samajalive.in
Sunday, December 14, 2025
26.1 C
Bhubaneswar

ରେଖା ସରକାରଙ୍କ ପ୍ରଥମ ଅଧିବେଶନ

ନୂଆଦିଲ୍ଲୀ : ଆଜିଠୁ ଦିଲ୍ଲୀ ବିଧାନସଭାର ଅଧିବେଶନ ଆରମ୍ଭ ହେବ। ଏହା ହେଉଛି ରେଖା ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ। ନବ ନିର୍ବାଜିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି ଅରବିନ୍ଦର ସିଂହ ଲଭ୍‌ଲି । ଆଜି ପୂର୍ବାହ୍ଣ ୧୧ଟାରେ ନିର୍ବାଚିତ ବିଧାୟକମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ସେହିପରି ଅପରାହ୍ଣ ୨ଟାରେ ବିଧାନସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଉପରାଜ୍ୟପାଳ ଭି.କେ ସକ୍‌ସେନା ଫେବୃଆରୀ ୨୫ରେ ବିଧାନସଭାରେ ନିଜ ବକ୍ତବ୍ୟ ରଖିବେ। ଏହାପରେ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବ। ସେହିଦିନ ଅପରାହ୍ଣରେ ଉପରାଜ୍ୟପାଳଙ୍କ ବକ୍ତବ୍ୟ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବାର କାର୍ଯ୍ୟସୂଚୀ ରହିଛି। ଫେବୃଆରୀ ୨୬ରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସହ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେବା ପରେ ଗୁରୁବାର ଏକ କ୍ୟାବିନେଟ୍‌ ବୈଠକରେ ଅଧ୍ୟକ୍ଷତା କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories