www.samajalive.in
Friday, December 12, 2025
14.1 C
Bhubaneswar

ଜୟପାଟଣାରେ ବଢୁଛି ଟ୍ରାଫିକ ସମସ୍ୟା

ମୁଖୀଗୁଡା : କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ଦିନକୁ ଦିନ ବଢୁଛି ଟ୍ରାଫିକ ସମସ୍ୟା । ଜୟପାଟଣାକୁ ଅନେକ ଲୋକ ବିଭିନ୍ନ କାର୍ଯ୍ୟପାଇଁ  ଆସିଵା ସହ ଅନେକନେକ ବସ ଚଳାଚଳ କରିଥାଏ। କିନ୍ତୁ ଦିନ ତମାମ  ହାଇୱ। ପ୍ରବଳ ମାତ୍ରାରେ ଯିବା ଆସିବା କରୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଯାହାଫଳରେ ସ୍ଥାନୀୟ ଜନସାଧାରଣ ସହ ବାହାରୁ ଆସିଥିବା ଲୋକେ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଜୟପାଟଣାରେ ଗୋଟିଏ ମାତ୍ର ମୁଖ୍ୟ ରାସ୍ତା ରହିଥିବା ବେଳେ ସହରରେ ହାଇୱ। ଚାଲିବା ପରେ ଲୋକେ ଯିବା ଆସିବା ପାଇଁ ଭୟଭୀତ ହେଉଛନ୍ତି। ଏ ନେଇ ଆଜି ଲୋକେ ଉତ୍ତ୍ୟକ୍ତ ହୋଇ  ହାଇୱ। ଗୁଡିକୁ  ଅଟକ ରଖି ସହର ଭିତରେ ହାଇୱ। ଚଳାଚଳକୁ ବିରୋଧ କରିଛନ୍ତି । ଦୀର୍ଘ ସମୟ ପରେ କିଛି ବୁଝାସୁଝା ପରେ  ହାଇୱ। ଗୁଡିକୁ ଛଡ଼ାଯାଇଥିଲା। ଭାରିଯାନ ଚଳାଚଳ ଯୋଗୁଁ ସହରରେ ପ୍ରବଳ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ଲୋକେ ଜରୁରୀ କାମରେ ବାହାରି ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।  ବଡ଼ ବଡ଼ ହାଇୱ।  ଦିନ ତମାମ ଚାଲିବା ଫଳରେ ଗୀତାଭବନ ଛକ ଠାରୁ ବ୍ୟାଙ୍କ ପର୍ଯ୍ୟନ୍ତ ସବୁବେଳେ ପ୍ରବଳ ଭିଡ ହେବା ସହ ରାସ୍ତାରେ ପ୍ରବଳ ଧୂଳି ଉଡୁଛି । ଜୟପାଟଣାର ମୁଖ୍ୟ ରାସ୍ତା ପ୍ରଶାସ୍ତିକରଣ ସହ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବା ପାଇଁ ଦାବି ହେଉଛି ।

Hot this week

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

Related Articles

Popular Categories