www.samajalive.in
Sunday, December 7, 2025
23.1 C
Bhubaneswar

ଠିକାଦାର ଯନ୍ତ୍ରୀ ମାଲେମାଲ୍‌, ସବୁଠି ନିମ୍ନ ମାନର ରାସ୍ତାକାମ

ଲଡୁଗାଁ : ସରକାର ପ୍ରତିବର୍ଷ ରାସ୍ତାଘାଟ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କେତେକ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ, ଠିକାଦାର ଓ ରାଜନେତାଙ୍କ ଅସାଧୁ ମେଣ୍ଟ ଯୋଗୁଁ ସେହି ଅର୍ଥ ବାଟମାରଣା ହେଉଛି । ଫଳରେ ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏପରିକି କେତେକ କ୍ଷେତ୍ରରେ ସରକାରୀ ନିୟମ ମୁତାବକ କାମ କରା ନ ଯାଇ ଠିକାଦାର ନିଜ ମନ ମୁତାବକ କାମ କରୁଥିବା ଦେଖିବାକୁ ମିଳୁଛି। କାମ ଆରମ୍ଭ ପୂର୍ବରୁ ସୂଚନାଫଳକ ଲଗାଇବାର ନିୟମ ରହିଥିଲେ ମଧ୍ୟ ଠିକାଦାର ଲଗାଉ ନ ଥିବା ଓ ଲାଗୁଥିଲେ ବି ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଫଳକ ଲଗାଇ ଜନସାଧାରଣଙ୍କୁ ଅନ୍ଧାରରେ ରଖିବାକୁ ପ୍ରୟାସ କରୁଛନ୍ତି । ଏହାର ଉଦାହରଣ ଦେଖିବାକୁ ମିଳିଛି  ଧର୍ମଗଡ଼ ଗ୍ରାମ ଉନ୍ନୟନ ବିଭାଗ ଅଧୀନ କୋକସରା ବ୍ଲକ ଫୁଫଗାଁ  ଠାରୁ ଗତାବନ୍ଧ ପର୍ଯ୍ୟନ୍ତ ହେଉଥିବା ରାସ୍ତା ରକ୍ଷଣାବେକ୍ଷଣ  କାମରେ । ସୂଚନା ଅନୁଯାୟୀ,  ଫୁଫଗାଁ  ଠାରୁ ଗତାବନ୍ଧ ରାସ୍ତା ଉପରେ  କେବଳ ଗତାବନ୍ଧ ନୁହେଁ  ଧନସରା   ଲୋକଙ୍କ ସମେତ ତୁନଗାଁର ଜନସାଧାରଣ ନିର୍ଭର କରିଥାନ୍ତି।  ପ୍ରଶାସନ ଏହାକୁ   ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ରାସ୍ତା  ମରାମତି ଓ ରକ୍ଷଣାବେକ୍ଷଣ କାମ ସାରିବାକୁ ଟେଣ୍ଡର କରିଥିଲା। ଯାହାର କାର୍ଯ୍ୟାଦେଶ ସି କ୍ଲାସ ଠିକାଦାର ଅମିତ୍ ଅଗ୍ରୱାଲଙ୍କୁ ପ୍ରଦାନ କରାଯାଇଥିଲା। ପ୍ରାୟ ୧୮ ଲକ୍ଷ ୪୩ ହଜାର ୧ଶହ ୯୮ ଟଙ୍କା ବିନିମୟ  ଟଙ୍କାର ବ୍ୟୟବରାଦ ହୋଇଥିଲା। ଏବେ ସେଇ କାମକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ଅଛନ୍ତି । ଯନ୍ତ୍ରୀ-ଠିକାଦାର ଓ ରାଜନେତାଙ୍କ ଅସାଧୁ ମେଣ୍ଟ ଯୋଗୁ ଉକ୍ତ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।  ରାସ୍ତା କାମରେ ନିମ୍ନମାନର ପିଚୁ ବ୍ୟବହାର କରିବା ସହ  ଫଳକ ମଧ୍ୟ  ଲେଖାଯାଇନାହିଁ ।  ଏଷ୍ଟିମେଟ ଅନୁସାରେ କୌଣସି ସାମଗ୍ରୀ ବ୍ୟବହାର ହେଉନାହିଁ । ଆବଶ୍ୟକ ଅନୁଯାୟୀ ବଜୁରୀ, ଚିପ୍ସ ନଦେଇ କେବଳ ଅତ୍ୟଧିକ ପାଉଁଶ ଗୁଣ୍ଡ ପକାଇ ଠିକାଦାର କାମ କରିଥିବା ଅଭିଯୋଗ ହୋଇଛି । ଠିକ ଭାବେ ଗ୍ରାଉଟିଂ ଓ ଆବଶ୍ୟକ ଅନୁପାତରେ ପାଣି ଦେଇ ରୋଲିଂ ମଧ୍ୟ କରାଯାଇନାହିଁ ।  ତେବେ ଆମ ପ୍ରତିନିଧିଙ୍କୁ କେତେକ ଗ୍ରାମବାସୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, କାର୍ଯ୍ୟ ନିମ୍ନମାନର ହେଉଛି , ବିଭିନ୍ନ ସମୟରେ କାମ ହେଉଥିବା ସ୍ଥାନରେ ଯନ୍ତ୍ରୀ ଉପସ୍ଥିତ ରହୁନାହାନ୍ତି,  ଏହି ରାସ୍ତା ଦୀର୍ଘସ୍ଥାୟୀ ହେବା ଅନିଶ୍ଚିତ। କେବଳ ଏହି ରାସ୍ତା ନୁହେଁ ବ୍ଲକର ବିଭିନ୍ନ ସ୍ଥାନରେ ମରାମତି ପାଇଁ ଆସିଥିବା ଟଙ୍କା ମଧ୍ୟ ହେରଫେର କରାଯାଇଛି   ଯାହାକି ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଗଲେ ସାମ୍ନାକୁ ଆସିବ ।   ତେଣୁ ଅଞ୍ଚଳବାସୀଙ୍କ ପାଇଁ ଗୁରୁତ୍ଵ ବହନ କରିଥିବା ଏହି ରାସ୍ତା ଠିକା ସଂସ୍ଥାର ଲାଭଖୋର ମନୋବୃତ୍ତିି ଯୋଗୁଁ ଆଗାମୀ ଦିନରେ ରାସ୍ତାର ସ୍ଥାୟିତ୍ଵ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଏହା ଯେ ଅଭିଶାପ ପାଲଟି ନ ଯିବ ତାହା କହି ହେବ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଏଠି ପ୍ରଶ୍ନ ଉଠେ ଯନ୍ତ୍ରୀ ଗଲେ କୁଆଡେ ଆଉ କାହିଁକି ରାସ୍ତା କାମ ଠିକାଦାର ନିଜ ମନଇଚ୍ଛା ରେ ଚାଲିଛି । ଯଦି ବେଳହୁଁ ଏହି ରାସ୍ତା ନିର୍ମାଣ କାର୍ଯ୍ଯ ପ୍ରତି ବିଭାଗ ସଜାଗ ନ ରହେ ଏ ରାସ୍ତାର ଗତି “ଯଥା ପୂର୍ବଂ ତଥା ପରଂ ” ହୋଇ ରହିଯିବ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories