କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଦିନକୁ ଦିନ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ପାଣି ପାଇଁ ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଆଲଜିନିଗୁଡା ଗାଁ ଲୋକେ ଗାଁରେ ଥିବା ଏକମାତ୍ର ନଳକୂପ ଉପରେ ଭରସା କରନ୍ତି। କିନ୍ତୁ ନଳକୂପରେ ପାଣି ଥିଲେ ମଧ୍ୟ ସୋଲାର ମଟର କାମ କରୁ ନ ଥିବାରୁ ପାଣି ଉଠାଇ ପାରୁନାହିଁ। ଦୀର୍ଘ ଛଅ ମାସ ପୂର୍ବରୁ ଗାଁ ଲୋକେ ଏ ନେଇ ଜଳ ପରିମଳ ବିଭାଗର ଯନ୍ତ୍ରୀଙ୍କୁ ଜଣାଇଥିଲେ। କିନ୍ତୁ କିଛି ସୁଫଳ ମିଳିନଥିଲା। ଦିନକୁ ଦିନ ତାତି ବଢ଼ୁଥିବାବେଳେ ନଳକୂପ ଅଚଳ ହୋଇ ପଡୁଥିବାରୁ ପାଣି ପାଇଁ ଗାଁ ଲୋକେ ଛଟପଟ ହେଉଛନ୍ତି। ନଳକୂପରେ ପାଣି ଆସୁନଥିବାରୁ ବାଧ୍ୟ ହୋଇ ଗ୍ରାମବାସୀମାନେ ଗାଁର ଶେଷ ମୁଣ୍ଡରେ ଥିବା ନାଳରୁ ଅପରିଷ୍କାର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ତେଣୁ ଖୁବ୍ ଶୀଘ୍ର ନଳକୂପ ମରାମତି ନେଇ ଦାବି କରାଯାଇଛି।
Popular Categories



