www.samajalive.in
Sunday, December 14, 2025
26.1 C
Bhubaneswar

ଅସହାୟଙ୍କ ପାଖରେ ପହଞ୍ଚିିଲା ‘ସମାଜ’: ପରିବାରକୁ ସମବେଦନା ଓ ସହାୟତା

ପାଳଲହଡା : ପାଳଲହଡା ଥାନା ଶିଗଡ ପଞ୍ଚାୟତ ଅନ୍ତର୍ଗତ ନନ୍ଦିନୀପାଲି ଗାଁରେ ଜଣେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯିବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆଜି ‘ସମାଜ’ ରିଲିଫ କମିଟିର ଅଧ୍ୟକ୍ଷ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ଡ.ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ ‘ସମାଜ’ର ଏକ ଟିମ ନେଇ ଅନୁଗୋଳ ଜିଲା ପାଳଲହଡା ଥାନା ଅନ୍ତର୍ଗତ ନନ୍ଦିନୀପାଲି ଗାଁରେ ପହଞ୍ଚି ଥିଲେ। ମୃତ ରମ୍ଭା ନାୟକଙ୍କ ପରିବାର ଲୋକଙ୍କୁ ଭେଟି ଗଭୀର ସମବେଦନା ଜଣାଇବା ସହ ଏହି ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପାଳଲହଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ କୈଳାସଚନ୍ଦ୍ର ସେଠୀ, ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତଙ୍କ ସହ ତଦନ୍ତ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଶବ ବ୍ୟବଚ୍ଛେଦ ସମୟରେ ପାଳଲହଡା ଡାକ୍ତରଖାନାରେ ଡ. ଆଚାର୍ଯ୍ୟ ଉପସ୍ଥିତ ରହି ଡାକ୍ତରୀ ଦଳଙ୍କ ସହ ଆଲୋଚନା କରିଥିଲେ। ବଳାତ୍କାର ଓ ବୀଭତ୍ସ ହତ୍ୟାର ଶିକାର ହୋଇଥିବା ୩୨ ବର୍ଷୀୟ ମହିଳା ରମ୍ଭା ନାୟକଙ୍କ ସ୍ବାମୀ ଅଜୁ ନାୟକଙ୍କୁ ‘ସମାଜ’ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସମବେଦନା ଓ ଆର୍ଥିକ ସହାୟତା ପ୍ରଦାନ ସମୟରେ ‘ସମାଜ’ ର ସମ୍ପାଦକ ତଥା କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ତପନ କୁମାର ମିଶ୍ର, ପାଳଲହଡା ଖବରଦାତା ରବି ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories