କୂଅରେ ପଡ଼ି ଶିଶୁ ମୃତ

ଭବାନୀପାଟଣା: କଲମପୁର ଥାନା ଖଲିଆଭଟା ଗାଁରେ କୂଅରେ ପଡ଼ି ଆଜି ଜଣେ ନାବାଳକ ର ମୃତ୍ୟୁ ଘଟିଥିବା ପୁଲିସ ସୂଚନା ଦେଇଛି। ମୃତକ ସେହି ଗାଁର ଅଗସ୍ତି ତାଣ୍ଡିଙ୍କ ପୁଅ ଅଧିରାଜ ତାଣ୍ଡି (୨) ବୋଲି ଜଣାପଡିଛି। ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ କୂଅରେ ପଡ଼ିଥିବା ପୁଲିସ ସନ୍ଦେହ କରୁଛି। ଧର୍ମଗଡ ଏସଡିପିଓ ମନୋଜ ବେହେରାଙ୍କ ଉପସ୍ଥିତି ରେ ଅଗ୍ନିଶମ କର୍ମଚାରୀ ଙ୍କ ସହାୟତାରେ କୂଅରୁ ମୃତଦେହ ଉଦ୍ଧାର କରାଯାଇଛି। ବଡ଼କୁଟ୍ରୁ ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି।
Comments are closed.