ପଞ୍ଚୁଦୋଳ ମେଳଣ ପାଇଁ ୩୫ ଡିସିମିଲ ଜମି ଦାନ କଲେ ୩ ଭଉଣୀ, ସମ୍ପତ୍ତି ସାଢେ ୩ କୋଟି

ପିପିଲି : ତିନି ଭଉଣୀଙ୍କ ନିସ୍ଵାର୍ଥପର ଉଦ୍ୟମକୁ ସବୁ ମହଲରେ ପ୍ରଶଂସାର କରାଯାଇଛି। ଶହେ ବର୍ଷରୁ ଉର୍ଦ୍ଧ ପୁରାତନ ପିପିଲି ବଜାର ସ୍ଥିତ ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଜମି ସମସ୍ୟାର ସ୍ଥାୟୀ ସମାଧାନ କରିଛନ୍ତି ତିନି ଭଉଣୀ। ନିଜ ପୈତୃକ ୩୫ ଡ଼ିସିମିଲ ସମ୍ପତ୍ତିକୁ ହସିହସି ଦାନ କରି ଦେଇଛନ୍ତି । ସାଢେ ୩କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ମୂଲ୍ୟବାନ ସମ୍ପତ୍ତିକୁ ବଜାର ପଞ୍ଚୁଦୋଳ ମେଳଣ କମିଟିକୁ ଦାନ କରି ନିଜର ମହାନତା ଦେଖାଇଛନ୍ତି ।
ପିପିଲି ଅଞ୍ଚଳର ସୁଶୀଲ ଆଡ଼ିଆଙ୍କ ତିନି ଝିଅ ରୀନା ପାଲ, ସ୍ମିତା ଭଟାଚାର୍ଯ୍ୟ, ଅନିତା ଦେ ନିଜର ସମ୍ପତ୍ତିକୁ ବଜାର ପଞ୍ଚୁଦୋଳ ମେଳଣ କମିଟିକୁ ଦାନ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଏନେଇ ଆଜି ବଜାର ପଞ୍ଚୁଦୋଳ ମେଳଣ କମିଟି ପକ୍ଷରୁ ଏହି ତିନି ଭଉଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
Related Posts
କମିଟିର ସଭାପତି ବାମଦେବ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ
ସଭାପତି ପ୍ରଭାତ କୁମାର ମହାପାତ୍ର, ବରିଷ୍ଠ ଚାନ୍ଦୁଆ ଶିଳ୍ପୀ ଜବାର ଖାଁ, ପିପିଲି ଏନ୍ଏସି ଅଧ୍ୟକ୍ଷ ସେକ୍ ବାବୁ, ଆଇନଜୀବି ନିରଞ୍ଜନ ପତି ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଉକ୍ତ ତିନି ଭଉଣୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ସର୍ବପୁରାତନ ପିପିଲି ବଜାର ପଞ୍ଚୁଦୋଳ ମେଳଣ ପାଇଁ ଏମାନଙ୍କ ଅବଦାନକୁ ବହୁ ପ୍ରଶଂସା କରିଥିଲେ। ସୂଚନା ଥାଉକି ପିପିଲି ବଜାର ପଞ୍ଚୁଦୋଳ ମେଳଣ ପ୍ରାୟ ଦେଢ଼ଶହ ବର୍ଷ ପୁରୁଣା ହୋଇଥିବା ବେଳେ ଏହି ମେଳଣ ପଡିଆ ଉକ୍ତ ତିନି ଭଉଣୀଙ୍କର ପୈତୁକ ସମ୍ପତ୍ତି ଉପରେ ରହିଥିଲା। ବହୁ ପୁରାତନ ଏହି ମେଳଣର ଭବିଷ୍ୟତ କାମନା କରି ତିନି ଭଉଣୀଙ୍କ ଏଭଳି ନିଆରା ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ।
Comments are closed.