ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଭିଜିଲା ହଜାର ହଜାର ବସ୍ତା ଧାନ

ଆରଡି : ଗୁରୁବାର  ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଭିଜିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ।  ଅଦିନିଆ  ଘୂର୍ଣ୍ଣିଝଡ ସହ ଲଗାତର ବର୍ଷା ଲାଗି ରହିବା ଫଳରେ  କଟନି ଛଟନି ଯୋଗୁ ଆରଡି ଓ ସୁନ୍ଦରପୁର  ମଣ୍ଡିରେ ପଡି ରହିଥିବା ହଜାରହଜାର ଧାନବସ୍ତା ଅଦିନିଆ ବର୍ଷାରେ ଭିଜୁଛି। ଉଭୟ ସମବାୟ ସମିତିଃ  ପକ୍ଷରୁ କାଁଭାଁ  ପଲିଥିନ ପଡିଥିଲେ ମଧ୍ଯ ଚାଷୀମାନଙ୍କର ଅମଳ ଧାନ ମଣ୍ଡିରେ ଭିଜିବାରେ ଲାଗିଛି। ଯାହାକୁ ନେଇ ଏବେ ଚାଷୀମାନେ ଚିନ୍ତାରେ ମୁଣ୍ଡରେ ହାତ ଦେଇଛନ୍ତି।

Comments are closed.