ବଜ୍ରପାତ ଓ କୁଆପଥର ବୃଷ୍ଟି: ଉଡିଲା ହୋର୍ଡିଂ, ଭାଙ୍ଗିଲା ଆଜବେଷ୍ଟ୍ସ

ପାଟଣା : ଆଜି ଅପରାହ୍ନ ଗୋଟାଏ ପରେ ପରେ ଉତ୍ତର ଦିଗରୁ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ପ୍ରବଳ ବେଗରେ ପବନ ବହିବା ପରେ ବର୍ଷା ଓ କୁଆପଥର ବୃଷ୍ଟି ଅଞ୍ଚଳରେ ତାଣ୍ଡବ ସୃଷ୍ଟି କରିଥିଲା। ପାଟଣା ବ୍ଲକ ଅଞ୍ଚଳରେ ଖିରେଇଟାଙ୍ଗିରୀ, ଚେମେଣା, ତୁରୁମୁଙ୍ଗା, ଯମୁନାପଶି, କେନ୍ଦେଇପଶି ଘଟଗାଁ ବ୍ଲକର ଢେଙ୍କିକୋଟ ,ତୋରାଣିପୋଖରୀ, ସରାସପଶି, ପିପିଳିଆ, ଭୋଳବେଡା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ କୁଆପଥର ବୃଷ୍ଟି ହୋଇଛି। ବହୁ ଟାଇଲି, ଛପର ଓ ଆଜବେଷ୍ଟସ ଉପର କଣା ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ହୋଡ଼ିଂ ଉଡ଼ିଯାଇଛି। ଜାତୀୟ ରାଜପଥ ୪୯ ରେ କୁଆପଥର ବୃଷ୍ଟି ଯୋଗୁଁ ଯାନବାହନ ଚଳାଚଳ କିଛି ସମୟ ପାଇଁ ବ୍ୟାହତ ହୋଇଥଲା ।

Comments are closed.