www.samajalive.in
Sunday, December 14, 2025
26.1 C
Bhubaneswar

ହାତୀ ଆକ୍ରମଣରେ ବୃଦ୍ଧ ମୃତ ; ସେପଟେ ବଣାଇରେ ଗୋଠଛଡା ଦନ୍ତାର ଉତ୍ପାତ

ହିନ୍ଦୋଳ : ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲା ହିନ୍ଦୋଳ ଜରିପାଳ ଗାଁରେ ଘଟିଛି । ମୃତକ ହେଲେ ୬୩ ବର୍ଷୀୟ ଅଲେଖ ବେହେରା । ସେ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ସ୍ଥାନୀୟ ଲୋକେ ଘଟଣା ବିଷୟରେ ଜାଣିବା ପରେ ତାଙ୍କୁ ହସ୍ପିଟାଲ ନେବା ବାଟରେ ଅଲେଖଙ୍କ ମୃତ୍ୟୁ ଘଟିଛି । ଖବର ପାଇ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେହିପରି ସୁନ୍ଦରଗଡ ଜିଲା ବଣାଇ ଅଞ୍ଚଳରେ ଏକ ଗୋଠଛଡା ଦନ୍ତା ହାତୀ ଉପଦ୍ରବ ଦେଖାଯାଇଛି । ଗତକାଲି ରାତିରେ ହାତୀ ପଶି ତଳିତା, ବାଞ୍ଜିକୁସୁମ, ବଡପୋଷ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଛି । ହାତୀ ପାଇଁ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ବନ ବିଭାଗ ମାଇକ୍‌ ଯୋଗେ ପ୍ରଚାର କରୁଛି । ଏହାସହ ବନ ବିଭାଗ ହାତୀ ଉପରେ ନଜର ରଖିବା ସହ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି । ଫସଲ ନଷ୍ଟ ହୋଇଥିବାରୁ ଅଞ୍ଚଳବାସୀ କ୍ଷତିପୂରଣ ଦାବି କରିଛନ୍ତି ।

ମହାଶିବରାତ୍ରୀରୁ ଭାଗ୍ୟଶାଳୀ ହେବେ ପ୍ରଭୁ ଶିବଶଙ୍କରଙ୍କ ପ୍ରିୟ ଏହି ରାଶି: ମିଳିବ ଧନ, ଦୂର ହେବ ଚିନ୍ତା..

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories