www.samajalive.in
Saturday, December 6, 2025
16.1 C
Bhubaneswar

ମୃତ କିଟ୍‌ ଛାତ୍ରୀଙ୍କ ନାଁରେ ମେଧାବୃତ୍ତି ଘୋଷଣା

ଭୁବନେଶ୍ୱର: କିଟ୍‍ ବିଶ୍ଵବିଦ୍ୟାଳୟରେ ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀ ପ୍ରକୃତି ଲାମସାଲଙ୍କ ମୃତଦେହ ତାଙ୍କ ବାପା ଓ ମାମୁଁଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କ ସହ ସାକ୍ଷାତ କରିଛନ୍ତି। ପ୍ରକୃତିଙ୍କ ଅକାଳ ମୃତ୍ୟୁରେ ଅଚ୍ୟୁତ ଗଭୀର ଦୁଃଖ ପ୍ରକାଶ କରିବାସହ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ। ଏହି ଅବସରରେ ପ୍ରକୃତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ନାମରେ ଏକ ମେଧାବୃତ୍ତି ପ୍ରଦାନ କରାଯିବ ବୋଲି ଅଚ୍ୟୁତ ସାମନ୍ତ ଘୋଷଣା କରିଛନ୍ତି। ପ୍ରକୃତିଙ୍କ ବାପାଙ୍କ ପ୍ରସ୍ତାବକ୍ରମେ ଏହି ମେଧାବୃତ୍ତି କିଟ୍‌ରେ ପାଠ ପଢ଼ୁଥିବା ନେପାଳର ମେଧାବୀ ଛାତ୍ରୀଙ୍କୁ ପ୍ରଦାନ କରାଯିବ।

ଏହି ଘଟଣାରେ ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସରୁ ଆସିଥିବା ଦୁଇ ଅଧିକାରୀ କିଟ୍‌ରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପୁନର୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। ଅନ୍ୟ ପକ୍ଷରେ ନିଜ ଘରକୁ ଚାଲିଯାଇଥିବା ଅନେକ ଛାତ୍ରଛାତ୍ରୀ କିଟ୍‍କୁ ଫେରିଛନ୍ତି। କିଟ୍‍କୁ ଫେରି ନଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନେପାଳ ପ୍ରୋଭିନ୍‍ସ-୨ର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଲାଲ୍‍ବାବୁ ରାଉତଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ପିଲାଙ୍କୁ ଫେରାଇ ଆଣିବା ପାଇଁ କିଟ୍‍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଅଚ୍ୟୁତ ତାଙ୍କୁ ସୂଚନା ଦେଇଥିଲେ। ସେହିପରି ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଅର୍ଜୁ ରାଣା ଦେଉବା, ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ଯାଦବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଅଚ୍ୟୁତ ସାମନ୍ତ ଆଲୋଚନା କରି ପିଲାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories