www.samajalive.in
Sunday, December 14, 2025
26.1 C
Bhubaneswar

ଏକ ଟନ ଆଠ କିଲୋ ଗଞ୍ଜେଇ ଜବତ

ଫୁଲବାଣୀ: ଗୋଛାପଡା ପୋଲିସ ଥାନା ଅଧୀନରେ ଥିବା ଏକ ଜଙ୍ଗଲରେ ଅତର୍କିତ ଚଢ଼ାଉ କରି ଏକ ବୋଲେରୋ ଗାଡି ସହ ଏକ ଟନ ଆଠ କିଲୋ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଛନ୍ତି। ସୂଚନା ଅନୁସାରେ ମଙ୍ଗଳବର ଗୋଛାପଡା ଥାନା କଟରିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ପାଦେଡି ଗାଁ ଜଙ୍ଗଲରେ କିଛି ମାଫିଆ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିବା କୌଣସି ସୂତ୍ରରୁ ଗୋଛାପଡା ପୋଲିସକୁ ଖବର ମିଳିଥିଲା। ଖବର ମିଳିବା ପରେ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଜଙ୍ଗଲରେ ଅତର୍କିତ ଚଢ଼ାଉ କରିଥିଲେ ଓ ପୋଲିସର ଅତର୍କିତ ଚଢ଼ାଉ ସମୟରେ ମାଫିଆ ମାନେ ଗଞ୍ଜେଇ ଛାଡି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ବେଳେ ପୋଲିସ ଉକ୍ତ ଜଙ୍ଗଳରୁ ପ୍ରାୟ ଚାଳିଶଟି ବସ୍ଥାରେ ଭର୍ତି ହୋଇଥିବା ଏକ ଟନ ଆଠ କିଲୋ ଜଞ୍ଜେଇକୁ ଜବତ କରିବାରେ ସଫଳ ହୋଇଥିବା ଫୁଲବାଣୀ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ଗୋଛାପଡା ଥାନାରେ ୪୯/୨୦୨୫ ରେ ଏକ ମାମଲା ରୁଜୁ କରାଯିବା ସହ ଘଟଣାରେ ସମ୍ପୃକ୍ତି ଥିବା ଗଞ୍ଜେଇ ମାଫିଆ ମାନଙ୍କୁ ଧରିବାରେ ପ୍ରୟାସ ଜାରି ରହିଥିବା ସୂଚନା ଦେଇଛନ୍ତି ଏସଡିପିଓ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories